ଶକ୍ତିଶାଳୀ ବୋଲିଂ ଭାରତ ପାଇଁ ଫାଇଦା
ଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ମୁଖ୍ୟତଃ ବ୍ୟାଟିଂ ପାଇଁ ଖ୍ୟାତି ଅର୍ଜନ କରିଛିି। ବିଗତ ଦିନରେ ଅଧିକାଂଶ ମ୍ୟାଚରେ ଭାରତକୁ ବ୍ୟାଟ୍ସମ୍ୟାନ ମାନେ ହିଁ ଅଧିକ ବିଜୟ ଦେଇ ଆସିଛନ୍ତି। କିନ୍ତୁ ଚଳିତ ବିଶ୍ବକପରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବ୍ୟାଟିଂ ଅପେକ୍ଷା ଭାରତୀୟ ବୋଲରମାନେ ଅଧିକ ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି। ଦ୍ରୁତ ଓ ସ୍ପିନ ବୋଲିଂ ବିଭାଗରେ ଭାରତ ଚମତ୍କାର ପ୍ରଦର୍ଶନ କରୁଛି। ଅବଶ୍ୟ ସ୍ପିନରମାନେ ପାରମ୍ପରିକତା ବଜାୟ ରଖି ଅଧିକ ସଫଳତା ପାଇଛନ୍ତି। କିନ୍ତୁ ଆହତ ସମସ୍ୟାରୁ ମୁକୁଳିବା ପରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଏହି ଅପ୍ରତ୍ୟାଶିତ ସଫଳତାର ମୁଖ୍ୟ କର୍ଣ୍ଣଧାର ସାଜିଛନ୍ତି।
ଭାରତ ବିଶ୍ବକପ ଦଳରେ ୪ଜଣ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସାର୍ଦୁଳ ଠାକୁରଙ୍କୁ ନେଇ ଖେଳୁଥିବାବେଳେ ହାର୍ଦିକ ପାଣ୍ଡ୍ୟା ଅଲ୍ରାଉଣ୍ଡର ଦାୟିତ୍ବ ନିର୍ବାହ କରୁଛନ୍ତି। ଏପର୍ଯ୍ୟନ୍ତ ଖେଳାଯାଇଥିବା ୩ଟି ମ୍ୟାଚରୁ ୯୩ରନ ବ୍ୟୟ କରି ବୁମ୍ରା ୮ଟି ୱିକେଟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷରେ ୨ଟି ଲେଖାଏଁ, ଆଫଗାନିସ୍ତାନ ବିପକ୍ଷରେ ୪ଟି ୱିକେଟ ନେଇଥିଲେ। ବୁମ୍ରା ବିପକ୍ଷ ଦଳ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି। ୟର୍କର ପାଇଁ ଜଣାଶୁଣା ବୁମ୍ରା ଚଳିତ ବିଶ୍ବକପରେ ଇନ୍ ସୁଇଂ ଓ ଆଉଟ୍ସୁଇଂ କରି ୱିକେଟ ହାସଲ କରିବାରେ ସଫଳ ହେଉଛନ୍ତି। ମହମ୍ମଦ ସିରାଜ ୱିକେଟ ହାସଲ କରୁଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ସିରାଜ ୩ଟି ମ୍ୟାଚରୁ ୩ଟି ୱିକେଟ ନେଇଥିବା ବେଳେ ୧୫୨ରନ ବ୍ୟୟ କରିଛନ୍ତି। ସ୍ପିନ ବିଭାଗରେ କୁଳଦୀପ୍ ଯାଦବ ୩ଟି ମ୍ୟାଚରୁ ୧୧୭ରନ ବ୍ୟୟ କରି ୫ଟି, ରବୀନ୍ଦ୍ର ଜାଡେଜା ୩ଟି ମ୍ୟାଚରୁ ୧୦୪ରନ ବ୍ୟୟ କରି ୫ଟି ୱିକେଟ ନେଇଛନ୍ତି। ଭାରତ ପାଇଁ ବିଶେଷ ଫାଇଦା ହେଉଛି ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂ। ପାଣ୍ଡ୍ୟା ମଧ୍ୟଭାଗରେ ୱିକେଟ ନେବାରେ ସଫଳ ହେଉଛନ୍ତି। ପାଣ୍ଡ୍ୟା ଏପର୍ଯ୍ୟନ୍ତ ୩ଟି ମ୍ୟାଚରୁ ୧୦୫ରନ ବ୍ୟୟ କରି ୫ଟି ୱିକେଟ ନେଇସାରିଲେଣି। ଭାରତୀୟ ଦ୍ରୁତ ଓ ସ୍ପିନ ବୋଲରଙ୍କ ମିଳିତ ପ୍ରଦର୍ଶନ ଭାରତକୁ ଭଲ ପ୍ରଦର୍ଶନ କରିବାରେ ସହାୟକ ହେଉଛି। ଏପରିକି ଭାରତୀୟ ବୋଲର ପାକିସ୍ତାନ ଓ ଅଷ୍ଟ୍ରେଲିଆକୁ ୨୦୦ରୁୁ ଅଧିକ ରନ୍ରେ ରୋକିବାରେ ସଫଳ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ବିନ ଓ ମହମ୍ମଦ ସାମିଙ୍କ ଆବଶ୍ୟତକା ଭାରତ କରୁନଥିବା ମଧ୍ୟ ଏବେ ସୁଦ୍ଧା ଦେଖିବାକୁ ମିଳିଛି। ସାର୍ଦୁଳ ଠାକୁର ଅଲରାଉଣ୍ଡର ଭାବେ ଖେଳୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଭଳି ପ୍ରଦର୍ଶନ କରିପାରିନାନ୍ତି। ଆଗାମୀ ମ୍ୟାଚରେ ସାର୍ଦୁଳଙ୍କ ପାଇଁ ମଧ୍ୟ ବଡ ଆହ୍ବାନ ହେବ।
Comments are closed.