www.samajalive.in
Sunday, December 7, 2025
13.1 C
Bhubaneswar

ରାଜ୍ୟର ଖଣିଜ ସମ୍ପଦ ଓଡ଼ିଶାରେ ବିନିଯୋଗ ହେଉ : ନବ ଦାସ

ଭୁବନେଶ୍ୱର : ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାର ଲୋକେ ପ୍ରଥମେ ହୀରାକୁଦ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ପରବର୍ତ୍ତୀ ସମୟରେ ମହାନଦୀ କୋଇଲା ଖଣି ଏବଂ ବିଭିନ୍ନ କଳକାରଖାନା ପାଇଁ ପର୍ଯ୍ୟାୟ କ୍ରମେ ବିସ୍ଥାପିତ ହୋଇଛନ୍ତି। ଗୋଟିଏ ପକ୍ଷରେ ବିସ୍ଥାପିତଙ୍କୁୁ ଉପଯୁକ୍ତ ଥଇଥାନ କରାଯାଇନଥିବାବେଳେ ସ୍ଥାନୀୟ କଳକାରଖାନା କୋଇଲା ବିନା ବନ୍ଦ ହେବାକୁ ବସିଥିବାରୁ କାମଧନ୍ଦା ମିଳୁ ନାହିଁ। ବିସ୍ଥାପିତଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି, ଓଡ଼ିଶାରୁ ଉତ୍ପାଦିତ କୋଇଲା ରାଜ୍ୟର ଶିଳ୍ପାନୁଷ୍ଠାନରେ ବିନିଯୋଗ କରିବା ଏବଂ ଉଦ୍ୟୋଗ ଉତ୍ତରଦାୟିତ୍ୱ ଅର୍ଥ (ସିଏସଆର ଫଣ୍ଡ) ବୃଦ୍ଧି କରିବା ଦାବିରେ ଆସନ୍ତାକାଲି ଆନ୍ଦୋଳନ ହେବ ବୋଲି ସଚେତନ ସମିତିର ଆବାହକ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ କହିଛନ୍ତି।
ଉତ୍କଳ ସାମ୍ବାଦିକ ଭବନଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ କେନ୍ଦ୍ରସରକାରଙ୍କ ତ୍ରୁଟିପୂର୍ଣ୍ଣ କୋଇଲା ଆବଣ୍ଟନ ନୀତି ପାଇଁ ଝାରସୁଗୁଡା ଆଦି ଅଞ୍ଚଳରେ ଥିବା ବିଭିନ୍ନ କଳକାରଖାନା କଞ୍ଚାମାଲ ଅଭାବରୁ ବନ୍ଦ ହେବାରେ ଲାଗିଛି। ରାଜ୍ୟ ସରକାର ମେକଇନ୍‍ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମେକଇନ୍‍ ଇଣ୍ଡିଆ ପ୍ରଚାର ଚାଲିଥବା ବେଳେ କୋଇଲା ଅଭାବରୁ ଶିଳ୍ପାନୁଷ୍ଠାନ ବନ୍ଦ ହେବାକୁ ବସିଛି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କାରଖାନା ଉପରେ ଜୀବିକା ଅର୍ଜନ ପାଇଁ ନିର୍ଭର କରୁଥିବା ପରିବାର ଆଶଙ୍କାରେ ଅଛନ୍ତି। ଯେଉଁଠି ଭିଟାମାଟି ଯାଇଛି ସେଠି କାମ ଧନ୍ଦା ନମିଳିବା ଓ ଆଗାମୀ ଦିନରେ ପରିସ୍ଥିତି ନେଇ ସାଧାରଣ ଲୋକେ ଚିନ୍ତାରେ ପଡିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। ଏମସିଏଲ ୧୪୪ ମିଲିୟନ ଟନ କୋଲା ଉତ୍ପାଦନ କରୁଥିବା ବେଳେ ରାଜ୍ୟର ଶିଳ୍ପାନୁଷ୍ଠାନକୁ ମାତ୍ର ୪୦ ମିଲିୟନ ଟନ୍‍ ଦେଉଛି। ରାଜ୍ୟ ପାଇଁ ୭୬ ମିଲିୟନ ଟନ୍‍ ଆବଶ୍ୟକ ରହିଥିବାବେଳେ ଆବଶ୍ୟକ କୋଇଲା ନଦେବା ପଛରେ ସୁଚିନ୍ତିତ ଷଡଯନ୍ତ୍ର ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦ ମହଜୁଦ ଥାଇ ମଧ୍ୟ ଏଠିକାର ଲୋକ ନିଜକୁ ନିରାପଦ ମନେକରୁ ନାହାନ୍ତି। ସରକାରଙ୍କ ବାରମ୍ବାର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଏ ଅଞ୍ଚଳର ଖଣିଜ ସମ୍ପଦ ବିଶେଷତ କୋଇଲା ଠିକ୍‍ ଭାବରେ ବିନିଯୋଗ ନ ହେବା ଫଳରେ ସ୍ଥାନୀୟ ଶିଳ୍ପ ଗୁଡ଼ିକର ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି ପ୍ରତିବାଦରେ ଓଡ଼ିଶାର ଲୋକଙ୍କୁ ସଚେତନ କରିବା ପାଇଁ ଏବଂ ବିସ୍ଥାପିତ ପରିବାରଙ୍କ ନ୍ୟାଯ୍ୟ ଦାବି ପୂରଣ ନିମନ୍ତେ ଆସନ୍ତାକାଲି ୨୬ ଲୋୟର ପିଏମ୍‍ଜି ଠାରେ “ବିସ୍ଥାପିତ ସଚେତନ ସମିତି” ପକ୍ଷରୁ ଏକ ବିଶାଳ ଗଣ ବିକ୍ଷୋଭ କରାଯିବ ବୋଲି ଶ୍ରୀଦାସ ସୂଚନା ଦେଇଛନ୍ତି।
ଆସନ୍ତାକାଲି ଆନ୍ଦୋଳନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ସମ୍ବାଦିକ ସମ୍ମଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିସ୍ଥାପିତ ସମିତି ସଭାପତି ବେଣୁଗୋପାଳ ପାଣିଗ୍ରାହୀ,ଲକ୍ଷ୍ମଣପୁର ବ୍ଳକ ଅଧ୍ୟକ୍ଷା ଶାନ୍ତି ପ୍ରଧାନ,ଗୌତମ ପ୍ରଧାନ ଓ ଦେବେନ ପତି ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories