www.samajalive.in
Sunday, December 7, 2025
23.1 C
Bhubaneswar

ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର୍‌ ଶୁବମାନ

ଦୁବାଇ: ଭାରତୀୟ ଓପନର୍‌ ଶୁବମାନ ଗିଲ୍‌ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ସେପ୍ଟେମ୍ବର ମାସ ନିମନ୍ତେ ଶ୍ରେଷ୍ଠ କ୍ରିକେଟର୍‌ ଭାବେ ମନୋନୀତ ହୋଇଛନ୍ତି। ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ ଓ ଇଂଲଣ୍ଡ କ୍ରିକେଟ୍ ଦଳର ଓପନର୍ ଡାୱିଡ ମାଲାନଙ୍କୁ ପଛରେ ପକାଇ ଶୁବମାନ ଶ୍ରେଷ୍ଠ କ୍ରିକେଟର୍‌ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଚଳିତବର୍ଷରେ ଦ୍ବିତୀୟଥର ପାଇଁ ଶୁବମାନ ମାସ ଶ୍ରେଷ୍ଠ କ୍ରିକେଟର୍‌ ପୁରସ୍କାର ହାସଲ କରିବାକୁ ​‌େ​‌ଯାଗ୍ୟ ବିବେଚିତ ହୋଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ଓ ଏସିଆ କପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ଶୁବମାନଙ୍କୁ ଏହି ପୁରସ୍କାର ମିଳିଛି। ଶୁବମାନ୍‌ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୨୩୦ ରନ୍‌ ସଂଗ୍ରହ କରିଛନ୍ତି ସେଥିମଧ୍ୟରେ ୫ଟି ଶତକ ରହିଛି। ସୂଚନାଥାଉ କି କ୍ରିକେଟ୍‌ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଗିଲ୍‌ ଡେଙ୍ଗୁରେ ପୀଡ଼ିତ ହୋଇଥିଲେ। ଫଳରେ ସେ ଭାରତ ତରଫରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିପାରି ନାହାନ୍ତି। ଚେନ୍ନଇରେ ଚିକିତ୍ସିତ ହେବା ପରେ ଗିଲ୍‌ ଅହମ୍ମଦାବାଦ୍‌ରେ ପହଞ୍ଚି ଗୁରୁବାର ଅଭ୍ୟାସ କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ଶନିବାର ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଏଥିରେ ଶୁବମାନ ଖେଳିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କାର ଚମାରି ଅଟ୍ଟାପଟୁ ଆଇସିସି ମାସର ଶ୍ରେଷ୍ଠ ମହିଳା କ୍ରିକେଟର୍‌ ଭାବେ ବିବେଚିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଚମାରି ଉଭୟ ବ୍ୟାଟିଂ ଓ ବୋଲିଂରେ ସଫଳତା ପାଇଥିବାରୁ ତାଙ୍କୁ ଏହି ପୁରସ୍କାର ମିିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories