www.samajalive.in
Sunday, December 7, 2025
26.1 C
Bhubaneswar

ଶିଶୁଙ୍କୁ ଚାପମୁକ୍ତ ପାଇଁ କେନ୍ଦ୍ରର ଚିନ୍ତା : ଦେଢ଼ କେଜିରୁ ଅଧିକ ହେବନି ସ୍କୁଲ ବ୍ୟାଗ୍‍

ଭୁବନେଶ୍ୱର : ଗୋଟିଏ ଶିଶୁ ପାଇଁ ଶିକ୍ଷା ଅପରିହାର୍ଯ୍ୟ। ହେଲେ ଜୋରଜବରଦସ୍ତ ଶିକ୍ଷା ଠିକ୍‍ ନୁହେଁ। ଏହି ନୀତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ କେତେକ ନିର୍ଦିଷ୍ଟ ମାର୍ଗଦର୍ଶିକା ଜାରି ହୋଇଛି। କେଉଁ ବର୍ଗର ଛାତ୍ରଛାତ୍ରୀ କେତେ ଓଜନର ସ୍କୁଲ ବ୍ୟାଗ୍‍ କାନ୍ଧରେ ବୋହିବେ ସେନେଇ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦେଶନାମା ଜାରି କରାଯାଇଛି।
ମନ୍ତ୍ରାଳୟ ପକ୍ଷରୁ ସଚିବ ଏକ ହାମ୍‍ଜା ସବୁ ରାଜ୍ୟ ସରକାରଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏ ସମ୍ପର୍କରେ ମାନବସମ୍ବଳ ବିକାଶ ମନ୍ତ୍ରାଳୟ ନିରୀକ୍ଷଣ କରିବା ପରେ ଏଭଳି ନିଷ୍ପତ୍ତି ନେଇଛି। ୫ରୁ ୭ବର୍ଷର ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଦିନ ବିଦ୍ୟାଳୟରେ ଦିଆଯାଉଥିବା ପାଠ୍ୟକ୍ରମ ଠିକ୍‍ ନୁହେଁ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହିବେ। ସେମାନଙ୍କର ବିକାଶରେ କାଳେ ଅନ୍ତରାୟ ସୃଷ୍ଟି ହେବ, ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ-୧ରୁ ୨ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାରେ ‘ହୋମ୍‍ ଟାକ୍ସ’ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ ଗଣିତ ଓ ଭାଷାଭିତ୍ତିକ ବିଷୟକୁ ବାଦ୍‍ ଦେଇ ଅନ୍ୟ କୌଣସି ହୋମ୍‍ ଟାକ୍ସ ଛାତ୍ରଛାତ୍ରୀଙ୍କୁ ଦେଇ ପାରିବେ ନାହିଁ। ସେହିପରି ଷ୍ଟାଣ୍ଡାର୍ଡ-୩ରୁ ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କେବଳ ଏନ୍‍ସିଇଆର୍‍ଟିର ପାଠ୍ୟକ୍ରମ ଅନୁଯାୟୀ ଗଣିତ ହୋମ ଟାକ୍ସ ଦେବେ। କେବଳ ସେତିକି ନୁହେଁ ବିଦ୍ୟାଳୟରେ ଯେଉଁ ବିଷୟରେ ଶିକ୍ଷାଦାନ ଦିଆଯିବ କେବଳ ଛାତ୍ରଛାତ୍ରୀ ସେତିକି ପୁସ୍ତକ ଓ ଖାତା ଆଣିବେ। ସଚିବ ଶ୍ରୀ ହମ୍‍ଜା ଦର୍ଶାଇଛନ୍ତି ଯେ ପ୍ରଥମ ଶ୍ରେଣୀରୁ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗ୍‍ର ଓଜନ ଦେଢ଼ କେଜି ମଧ୍ୟରେ ରହିବ। ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୨.୩ କେଜି, ସପ୍ତମ ଶ୍ରେଣୀ ପିଲାଙ୍କ ପର୍ଯ୍ୟନ୍ତ ୪କେଜି, ନବମ ଶ୍ରେଣୀ ପିଲାଙ୍କ ପର୍ଯ୍ୟନ୍ତ ସାଢ଼େ ୪କେଜି ଓ ଦଶମ ଶ୍ରେଣୀ ପିଲା ୫କେଜି ଓଜନ ପର୍ଯ୍ୟନ୍ତ ବ୍ୟାଗ୍‍ ବୋହିବେ। ଏହାଠାରୁ ଅଧିକ ଓଜନର ବ୍ୟାଗ୍‍ ଯେଭଳି ଛାତ୍ରଛାତ୍ରୀ ନଆଣନ୍ତି ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବାକୁ ସବୁ ରାଜ୍ୟର ଶିକ୍ଷା ଅଧିକାରୀଙ୍କୁ ଶ୍ରୀ ହମଜା ନିର୍ଦେଶ ଦେଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories