www.samajalive.in
Tuesday, December 9, 2025
15.1 C
Bhubaneswar

ଵିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

କୋଣାର୍କ : କାକଟପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଦେସ୍ଥଳି, ଇଶାନପୁର ଏବଂ ଵଉଲାଙ୍ଗ  ଆଦି ୩ଗୋଟି ପଞ୍ଚାୟତରେ ଵିଜୁଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋପ ବ୍ଳକ ଅଧିନସ୍ଥ ଏହି ୩ ଗୋଟି ଗ୍ରାମ ପଞ୍ଚାୟତର ଵିଭିନ୍ନ ଗ୍ରାମ ଗୁଡିକରେ ଵିଜୁ ଜନତା ଦଳ କର୍ମୀ ମାନଙ୍କ ପକ୍ଷରୁ ଶୋଭାଯାତ୍ରା କରାଯାଇ ରାଜ୍ୟ ସରକାରଙ୍କ ଵିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି।

କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସମ୍ପର୍କ ପଦଯାତ୍ରା ରେ ଵଉଲାଙ୍ଗ ପଞ୍ଚାୟତ ସରପଞ୍ଚ କମଳାକାନ୍ତ କୁଅଁର, ବରିଷ୍ଠ ବିଜେଡି ନେତା ବିଚିତ୍ରା ନନ୍ଦ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତି ରଂଜନ ନାୟକ,ଓ ଦେସ୍ଥଳି ସରପଞ୍ଚ  ମୋହନ ନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ନିମନ୍ତେ ଉପଲବ୍ଧ ଵିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଏହାର ସୁଵିଧା ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବାକୁ ସାମଗ୍ରିକ ପ୍ରୟାସ ଜାରି ରଖିବା ପାଇଁ ଉପସ୍ଥିତ ଯୁବ ଵିଜେଡି, ଛାତ୍ର ବିଜେଡି, ଓ ମହିଳା ମହାସଂଘ ର ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories