www.samajalive.in
Tuesday, December 9, 2025
26.1 C
Bhubaneswar

ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ

କେନ୍ଦୁଝରଗଡ଼଼: ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଫାଷ୍ଟ ଟ୍ରାକ୍‌‌ କୋର୍ଟ କେନ୍ଦୁଝରର ସ୍ୱତନ୍ତ୍ର ବିଚାରପତି ଗୁରୁବାର ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧିନ ପିଛୁଳି ଗ୍ରାମର ଅଣ୍ଡ ଓରଫ ଅକ୍ଷୟ ନାଏକ ପଡୋଶୀ କେନ୍ଦୁଝର ଜିଲା ପାଟଣା ଥାନା ଅଧିନ କୁଦାବେଡା ଗ୍ରାମର ଜଣେ ୧୬ବର୍ଷର ଭିନ୍ନକ୍ଷମ ନାବାଳିକାକୁ ପ୍ରଲୋଭନ ଦେଖାଇ ଅପ୍ରେଲ ୨୦୧୫ରେ ଦୁଷ୍କର୍ମ କରିବା ପରେ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ସ୍ଥାପନ କରି ୭ ମାସର ଅନ୍ତଃସତ୍ତ୍ୱା କରିଥିଲା। ଏ ସମ୍ପର୍କରେ କାହାରି ଆଗରେ ପ୍ରକାଶ କଲେ ପୀଡିତାକୁ ଜୀବନରୁ ମାରିଦେବାକୁ ଅଭିଯୁକ୍ତ ଅକ୍ଷୟ ଧମକ ମଧ୍ୟ ଦେଇଥିଲା। ପୀଡିତା ଅନ୍ତଃସତ୍ତ୍ୱା ପରେ ଉଭୟ ପରିବାର ପକ୍ଷରୁ ଗାଁ ମୁରବୀଙ୍କ ଆଲୋଚନା ପରେ ପୀଡିତାକୁ ଦୁଷ୍କର୍ମକାରୀ ଯୁବକ ଅକ୍ଷୟ ସ୍ତ୍ରୀ ଭାବେ ଗ୍ରହଣ କରି ରଖିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉକ୍ତ ନିଷ୍ପତ୍ତି ଗ୍ରହଣ ଦିନ ରାତିରେ ଅଭିଯୁକ୍ତ ଅକ୍ଷୟଙ୍କ ପରିବାରର କେତେକ ବ୍ୟକ୍ତି ପୀଡିତାଙ୍କ ଘରେ ପହଞ୍ଚି ପୀଡିତାଙ୍କ ବାପା ଓ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିବା ନେଇ ପୀଡିତାଙ୍କ ପକ୍ଷରୁ ୭ ଡିସେମ୍ବର ୨୦୧୫ରେ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତ ଅକ୍ଷୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୨୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟ ଟ୍ରାକ୍‌‌ କୋର୍ଟ କେନ୍ଦୁଝରର ସ୍ୱତନ୍ତ୍ର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ଅକ୍ଷୟକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ ଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତାକୁ କ୍ଷତିପୂରଣ ନିମନ୍ତେ ୫ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି.ଜ୍ଞାନେନ୍ଦ୍ର ନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories