www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରତି ବ୍ଳକରେ ଖୋଲିଲା ରାଜ୍ୟ ମୁକ୍ତ ବିଦ୍ୟାଳୟ

ଫୁଲବାଣୀ: ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀ ମାନେ ଯେଭଳି ଭାବେ ପରୀକ୍ଷା ଦେଇ ପାରିବେ ଓ ହାଇସ୍କୁଲ ପାର୍ଟିଫିକେଟ୍‌‌ ପାଇ ପାରିବେ ସେଥିପାଇଁ କନ୍ଧମାଳ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଫୁଲବାଣୀ ସଦର ମହକୁମା ସମେତ ଜିଲାର ସମସ୍ତ ୧୨ଟି ବ୍ଳକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଖୋଲାଯାଇଛି ରାଜ୍ୟ ମୁକ୍ତ ବିଦ୍ୟାଳୟ। ଯେଉଁଠାରେ ଅଧାରୁ ପାଠ ଛାଡ଼ୁଥିବା ୧୪ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ମାନେ ମାଗଣାରେ ନାମ ଲେଖାଯାଇ ସିଧା ସଳଖ ଭାବେ ହାଇସ୍କୁଲ ସାର୍ଟିଫିକେଟ୍‌‌ ପରୀକ୍ଷା ଦେଇ ପାରିବେର ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ , ଗତ ଦିନରେ ଯେଉଁ ଛାତ୍ରଛାତ୍ରୀ ମାନେ ପୂର୍ବରୁ ଫର୍ମ ପୁରଣ କରିଥିଲେ ମଧ୍ୟ କୌଣସି କାରଣ ଯୋଗୁଁ ପରୀକ୍ଷା ଦେଇ ପାରିନାହାନ୍ତି, ସେହି ଛାତ୍ରଛାତ୍ରୀ ମାନେ ମଧ୍ୟ ମାଗଣାରେ ନାମ ଲେଖାଇପାରିବେ ଓ ବୋର୍ଡ଼ ପରୀକ୍ଷା ଦେବାର ସୁଯୋଗ ପାଇ ପାରିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏଥି ପାଇଁ ସେମାନଙ୍କୁ କୌଣସି ପ୍ରକାର ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ୬୦୦ ମାର୍କ ବଦଳରେ ୫୦୦ ମାର୍କର ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି ବୋଲି କୁହାଯାଇଛି। ମାଗଣାରେ ପୁୁସ୍ତକ ସହିତ ବିଦ୍ୟାଳୟର ଛୁଟିଦିନ ମାନଙ୍କରେ ପାଠ ମଧ୍ୟ ପଢ଼ାଯିବ ବୋଲି ଫୁଲବାଣୀ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୋଲିଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି। ଇତି ମଧ୍ୟରେ କନ୍ଧମାଳ ଜିଲାରେ ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଭାବେ ମେଗାକ୍ୟାମ୍ପ କରାଯାଇ ଅନେକ ଛାତ୍ରଛାତ୍ରୀ ମାନଙ୍କୁ ବିିଭିନ୍ନ ବିଦ୍ୟାଳୟ ମାନଙ୍କରେ ନାମ ଲେଖାଯାଇ ପାରିଛି। ରିପୋର୍ଟ ପ୍ରକାରେ ବର୍ତ୍ତମାନ ସୁଦ୍ଦା ସମଗ୍ର ଜିଲାରେ ଅଧାରୁ ପାଢ ଛାଡ଼ିଥିବା ୪୦୯ ଜଣ ଛାତ୍ରଛାତ୍ରୀ ଇତି ମଧ୍ୟରେ ବିଭିନ୍ନ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାନଙ୍କରେ ନାମ ଲେଖିଥିବା ମଧ୍ୟ ସୂଚନା ଦିଆଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories