www.samajalive.in
Sunday, December 7, 2025
18.1 C
Bhubaneswar

ଲକ୍ଷ୍ୟଭେଦୀ ପ୍ରକଳ୍ପ ତରଫରୁ ବିଶେଷଜ୍ଞଙ୍କ ପାଇଁ ତାଲିମ ଶିବିର

ଫୁଲବାଣୀ:ଅଦ୍ୟାବିଧି ଏଚଆଇଭି ସଂକ୍ରମଣ ରୋକିବା ନିମନ୍ତେ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବା ବେଳେ ସୁଗମ ସମନ୍ୱିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟ କରୁଥିବା ପ୍ରୟୋଗଶାଳା ବିଶେଷଜ୍ଞ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଣୁ ସଠିକ୍ ଅନ୍ତରାଳରେ ସେମାନଙ୍କର ଦକ୍ଷତା ବୃଦ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ଓ କନ୍ଧମାଳ ଜିଲା ସ୍ୱାସ୍ଥ୍ୟ ସମିତି ସହଯୋଗାରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ଏକ ଦିନିକିଆ ତାଲିମ ମୂଖ୍ୟ ଚିକିତ୍ସାଳୟର ଡିଟିସି କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ କାର୍ଯ୍ୟରତ ସେମାନଙ୍କର ପରାମର୍ଶ ସେବା ଓ ସଂକ୍ରମିତ ବ୍ୟକ୍ତିକୁ ଚିହ୍ନଟି କରଣ ସମୟରେ ସତର୍କତା ଅବଲମ୍ବନ, ସଠିକ୍ ବିପଦ ସଂକୁଳ ଗୋଷ୍ଠୀକୁ ପରଖି ସେମାନଙ୍କୁ ସମନ୍ୱିତ ପରୀକ୍ଷା କେନ୍ଦ୍ରକୁ ପ୍ରେରଣ କରିବା ପ୍ରକ୍ରିୟା ସମ୍ପର୍କରେ ଜ୍ଞାନ ଓ ଦକ୍ଷତା ବଢାଇବା। କର୍ଯ୍ୟକ୍ରମରେ ଲକ୍ଷ୍ୟଭେଦି ପ୍ରକଳ୍ପ ତରଫରୁ କାର୍ଯ୍ୟକାରୀ ହେଉଥିବା ୮ଟି ବ୍ଲକର ଏଲଟିମାନଙ୍କ ସହିତ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ତରଫରୁ ଏଲଟି ମଧ୍ୟ ଯୋଗ ଦେଇଥିଲେ। ଜିଲାସୁପରଭାଇଜର ଦେବାଶିଷ ମିଶ୍ର ପରାମର୍ଶ ଜନୀତ ସେବା ବିଷୟରେ ବିସୃତ ଭାବେ ଆଲୋଚନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ଜେନା ଗର୍ଭବତୀ ମା’ ଠାରୁ ଶିଶୁଙ୍କୁ ସଂକ୍ରମଣ ରୋକିବାର ପ୍ରକ୍ରିୟା ଗୁଡିକୁ ଦର୍ଶାଇଥିଲେ। ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ବିଶ୍ୱରଞ୍ଜନ କର ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକାରି ହେଉଥିବା ସୁବିଧା ସୁଯୋଗ ବିଷୟରେ ସମସ୍ତ ଏଲଟିମାନଙ୍କୁ ଅବଗତ କରିଥିଲେ। ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଶନ୍ନ କୁମାର ତ୍ରିପାଠୀ ଜାତୀୟ ଏଡସ ନିୟନ୍ତ୍ରଣ ସଂସ୍ଥାର ୫ ମ ସଂସ୍ମରଣ ରେ ଗୁରୁତ୍ୱ ଦିଆଯାଇଥିବା ୯୫-୯୫-୯୫ ଲକ୍ଷ୍ୟ କିପରି କନ୍ଧମାଳ ଜିଲ୍ଲାରେ ହାସଲ କରାଯାଇ ପାରିବ ତାହା ଉପସ୍ଥାପନ କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଶେଷରେ ପ୍ରଦୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାନ୍ତନୁ କୁମାର ମିଶ୍ର ଓ ବୈକୁଣ୍ଠ ଚରଣ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସମସ୍ତ ବିଷୟକୁ ତଥ୍ୟ ସମ୍ବଳିତ କରିବାକୁ ସୃତ୍ୟୁଞ୍ଜୟ ବେହେରା ସହଯୋଗ କରିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories