ଚଳିତ ବର୍ଷ ପିତୃପକ୍ଷ ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୪ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ରହିବ। ଏହି ସମୟରେ କିଛି ସ୍ୱତନ୍ତ୍ର ଜିନିଷ ଦାନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଏହି ସମୟରେ ଜୋତା – ଚପଲ ଦାନ କରନ୍ତୁ। ଏହାଦ୍ୱାରା ଶନି-ରାହୁ ଶାନ୍ତ ହୁଅନ୍ତି। ଶନି-ରାହୁଙ୍କ ସହ ଜଡିତ ଦୋଷ ଦୂର ହୁଏ।
ବସ୍ତ୍ରରେ ଧୋତି, ଟୋପି, ଗାମୁଛା ଆଦି ଦାନ କରନ୍ତୁ। ଏହାଦ୍ୱାରା ସମ୍ପନ୍ନତା ବୃଦ୍ଧି ପାଇଥାଏ।
ଛତା ଦାନ କରନ୍ତୁ।
ଜାତକରେ ଗ୍ରହ ନକ୍ଷତ୍ରଙ୍କ ଦୋଷ ଦୂର ପାଇଁ ଓ ବିପଦରୁ ରକ୍ଷା ପାଇଁ କଳା ରାଶି ଦାନ କରନ୍ତୁ।
ଘିଅ ଦାନ କରିବା ଦ୍ୱାରା ପରିବାରରେ ସୁଖଶାନ୍ତି ସହ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ।
ଗୁଡ ଦାନ କରିବା ଦ୍ୱାରା ପୂର୍ବପୁରୁଷ ସନ୍ତୁଷ୍ଟ ରହିବା ସହ ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ।
ଗହମ ଦାନ ଦ୍ୱାରା ସନ୍ତାନ ପ୍ରାପ୍ତିରେ ସମସ୍ୟା ହୋଇନଥାଏ।
ଲୁଣ ଦାନ କରିବା ଦ୍ୱାରା ସମସ୍ତ ବାଧା ଦୂର ହୋଇଥାଏ।
ଚାନ୍ଦି ଦାନ ଦ୍ୱାରା ଚନ୍ଦ୍ର ଓ ସୁନା ଦାନ ଦ୍ୱାରା ଗୁରୁ ଏବଂ ସୂର୍ୟ୍ୟଙ୍କ ବାଧା ଦୂର ହୋଇଥାଏ। ପରିବାର ମଧ୍ୟରେ ସୁଖଶାନ୍ତି ବୃଦ୍ଧି ପାଇଥାଏ।
ଗୋଦାନ ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ।
ଏହାସହ ଭୋଜନ ପ୍ରସ୍ତୁତ ପାଇଁ ଚାଉଳ, ଡାଲି, ଗୁଡ , ଘିଅ ମଧ୍ୟ ଦାନ କରନ୍ତୁ।
ପିତୃପକ୍ଷ : ଘିଅ ଦାନ କରିବା ଦ୍ୱାରା ପରିବାରରେ ରହିଥାଏ ସୁଖଶାନ୍ତି
Popular Categories



