www.samajalive.in
Sunday, December 7, 2025
23.1 C
Bhubaneswar

ଗୁରୁବାର କରନ୍ତୁ ନାହିଁ ଏହି କାର୍ଯ୍ୟ ; ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥାଏ ସମସ୍ୟା

ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ସମର୍ପିତ । ମାନ୍ୟତା ଅନୁଯାୟୀ ଗୁରୁବାର ଦିନ ଏପରି କାର୍ଯ୍ୟ ରହିଛି ଯାହାକୁ କରିବା ଅନୁଚିତ। ସେହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ଜାତକରେ ପ୍ରଭାବ ପଡ଼ିଥାଏ, ଯାହା ଦ୍ୱାରା ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ..
ମାନ୍ୟତା ଅନୁଯାୟୀ ଗୁରୁବାର ଦିନ ମହିଳା ନିଜ କେଶ ସଫା କରିବା ଉଚିତ ନୁହେଁ। କେଶ କାଟିବା ଉଚିତ ନୁହେଁ, ଏପରି କାର୍ଯ୍ୟ କରିବା ଦ୍ୱାରା ଜାତକରେ ବୃହସ୍ପତି ଦୁର୍ବଳ ହୋଇଥାଆନ୍ତି, ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ। ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।
ଗୁରୁବାର ଦିନ କଦଳୀ ଖାଇବା ଉଚିତ ନୁହେଁ। ଏହି ଦିନ କଦଳୀ ବୃକ୍ଷର ପୂଜାର୍ଚ୍ଚନା କରାଯାଇଥାଏ। ଏହାସହ ଏହି ଦିନ ଘରେ ଅଧିକ ଓଜନିଆ ବସ୍ତ୍ର ଧୁଅନ୍ତୁ ନାହିଁ।
ପ୍ରତିଦିନ ଭଳି ଗୁରୁବାର ମଧ୍ୟ ଘରକୁ ସଫା କରନ୍ତୁ।
ଗୁରୁବାର ଦିନ ନଖ କାଟନ୍ତୁ ନାହିଁ। ଦାଢି ମଧ୍ୟ ବନାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଗୁରୁବାର ଦିନ କଦଳୀ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଦେଶୀ ଘିଅରେ ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଶୀଘ୍ର ବିବାହ ହେବା ସହ ବିବାହରେ ଥିବା ସମସ୍ୟା ଦୂର ହୋଇଥାଏ।
ବୃହସ୍ପତିଙ୍କୁ ହଳଦିଆ ରଙ୍ଗକୁ ଅତିପ୍ରିୟ। ସେ ହଳଦିଆ ରଙ୍ଗର ପାଟବସ୍ତ୍ର ଧାରଣ କରନ୍ତି । ପୂଜାରେ ହଳଦୀ ବ୍ୟବହାର କରନ୍ତୁ। କେସର ଚନ୍ଦନ ଓ ହଳଦୀ ଦାନ କରନ୍ତୁ। ଏହାଦ୍ୱାରା ଘରେ ସୁଖଶାନ୍ତି ସର୍ବଦା ରହିଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories