www.samajalive.in
Sunday, December 7, 2025
23.1 C
Bhubaneswar

ଦନ୍ତା ଆକ୍ରମଣରେ ମହିଳା ମୃତ 

କେନ୍ଦୁଝରଗଡ଼ : କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ଼ (ବିଜେପି) ବନାଞ୍ଚଳ ଅଧିନ ନୟାକୋଟ ଥାନା ଅଧିନ ମୁରୁସୁଆଁ ମୁଣ୍ଡାସାହିରେ ରବିବାର ସନ୍ଧ୍ୟାରେ ଏକ ଗୋଠଛଡା ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୁରୁସୁଆଁ ମୁଣ୍ଡାସାହିର ଇଣ୍ଡା ମୁଣ୍ଡାଙ୍କ ସ୍ତ୍ରୀ ବିଳାସ ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ପଡୋଶୀ ଘରୁ ନିଜ ଘରକୁ ଫେରୁଥିବା ବେଳେ ଗାଁ ଭିତରକୁ ପଶିଆସିଥିବା ଏକ ଗୋଠଛଡା ଦନ୍ତା ହାବୁଡରେ ମୁହାଁମୁହିଁ ପଡିଯାଇଥିଲେ। ଫଳରେ ଦନ୍ତାଟି ବିଳାସ (୫୦)ଙ୍କୁ ନିକଟରୁ ପାଇ ଦଳିଚକଟି ଜୀବନରୁ ମାରି ଦେଇଥିଲା। ଖବରପାଇ ବିଜେପି ରେଞ୍ଜର ନୟନକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଗୋଠଛଡା ଦନ୍ତାର ଗତିବିଧି ଉପରେ ନଜର ରଖିଥିଲେ। ସୋମବାର ବିଳାସଙ୍କ ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ବିଳାସଙ୍କ ସ୍ୱାମୀ ଇଣ୍ଡାଙ୍କୁ ଶୁଦ୍ଧିକ୍ରିୟା ନିମନ୍ତେ କ୍ଷତିପୁରଣ ବାବଦ ଅଗ୍ରୀମ ୬୦ହଜାର ଟଙ୍କା ଚେକ୍‌‌ ଆକାରରେ ପ୍ରଦାନ କରାଯାଇଥିବା ରେଞ୍ଜର ଶ୍ରୀ ସାହୁ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories