www.samajalive.in
Sunday, December 7, 2025
26.1 C
Bhubaneswar

ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ଯୋଜନା ଓ ସମନ୍ୱୟ ବୈଠକ

ଫୁଲବାଣୀ: ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ସମସ୍ତ ସଭ୍ୟ ଅନୁଷ୍ଠାନର ସାଧାରଣ ବୈଠକ ଶାନ୍ତି ମୈତ୍ରୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛିା ବୈଠକକୁ ମହାସଂଗର ଅଧକ୍ଷ ରାମ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ କାର୍ଯ୍ୟପ୍ରଣାଳି ବିଷୟରେ ଆଲୋଚନା କରିଥିଲେ। ସଭାର ପ୍ରାରମ୍ଭରେ ଶାନ୍ତି ମୈତ୍ରୀ ର ଅଧକ୍ଷ ଭଗବାନ ଜେନା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ଏହି ସଭାରେ ଜିଲ୍ଲା ପ୍ରଶାସନ କିପରି ସାମାଜିକ ଅନୁଷ୍ଠାନ ମାନଙ୍କ ସହିତ ସଂଯୋଜନା କରି ଜିଲ୍ଲାରେ ଗତ ୨୦୧୬ ମସିହାରୁ ବନ୍ଦ ହୋଇଥିବା ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ସମନ୍ୱୟ ବୈଠକକୁ ପୁର୍ନରବାର କରି ବିକାଶ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ଥରରେ ସୁଦୃଢ କରିବା ବିଷୟ ରେ ଆଲୋଚନା କରାଯାଇଥିଲା। ସାମାଜିକ ଅନୁଷ୍ଠାନ ର ବିକାଶ କାର୍ଯ୍ୟକ୍ରମ କୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଅବଗତ କରିବା ସହିତ ଲୋକ ମାନଙ୍କ ସମସ୍ୟା କୁ ଗୁରୁତ୍ୱ ସହିତ ପ୍ରତିପାଦନ କରିବା ପାଇଁ ସମସ୍ତେ ପ୍ରୟାସ ରଖିବେ ବୋଲି ମତ ରଖିଥିଲେ। ସଭ୍ୟ ଅନୁଷ୍ଠାନ ପଂଚାୟତ , ବ୍ଲକ ଓ ଜିଲ୍ଲା ରେ ପ୍ରଶାସନର କାର୍ଯ୍ୟକ୍ରମକୁ ସଫଳ ରୁପାୟନ ପାଇଁ ବିଭିନ୍ନ ସଭା ସମିତିରେ ଆଲୋଚନା ଜାରି ରଖିବା ପାଇଁ ଆବାହକ ଇଂ ହରିଶଙ୍କର ରାଉତ କହିଥିଲେ। ଲିଙ୍ଗରାଜ ପ୍ରଧାନ, ସସ୍ଟି ପ୍ରସାଦ ମିଶ୍ର, କିଶୋର ବଳିଆର ସିଂ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ ନାୟକ, ଡା ଦିପକ ରଞ୍ଜନ ସ୍ୱାଇଁ, ଅଶୋକ ପ୍ରଧାନ, ଅମିତ କୁମାର ନାୟକ, ସୁକାନ୍ତ ନାୟକ, ବିମଳ କିଶୋର ପରିଛା, ରବୀନ୍ଦ୍ର କୁମାର ପଣ୍ଡା ଅନୁଷ୍ଠାନ ର ବିଭିନ୍ନ କର୍ଯ୍ୟଖସଡା ଦିଗରେ ମତ ରଖିଥିଲେ। କୈଳାସ ଚନ୍ଦ୍ର ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ। ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର କାର୍ଯ୍ୟଶ÷ଳିକୁ ଓଡ଼ିଶାର ଅନ୍ୟ ଜିଲ୍ଲା ମାନେ ଆଦର୍ଶ ଭାବେ ଗ୍ରହଣ କରିବା ଆମ ସମସ୍ତ ଙ୍କ ପାଇଁ ଗର୍ବ ଓ ଗୌରବ। ଏହି ଗାରିମା ଆମେ ସମସ୍ତ ସଭ୍ୟ ଅନୁଷ୍ଠାନ ଅଖୁଣ୍ଣ ରଖିବା ପାଇଁ ସଂକଳ୍ପ ନେଇଥିଲେ। ସଭାର ଆଭିମୁଖ୍ୟ ସଫଳତା ସହିତ ସଂଚାଳନ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories