www.samajalive.in
Wednesday, December 10, 2025
15.1 C
Bhubaneswar

ଅଳକା ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗିରିଧାରୀ ମହାନ୍ତିଙ୍କ ଜନ୍ମ ବାର୍ଷିକୀ ପାଳିତ

ବିରିଡି : ଅଳକା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଗିରିଧାରୀ ମହାନ୍ତିଙ୍କର ୧୦୬ତମ ଜନ୍ମ ବାର୍ଷିକୀ ବିଦ୍ୟାଳୟ ପରିସରରେ ସ୍ମୃତି କମିଟି ପକ୍ଷରୁ ଶୁକ୍ରବାର ପାଳନ କରାଯାଇଛି । ପ୍ରଥମେ କମିଟି ପକ୍ଷରୁ ସ୍ୱର୍ଗତ ମହାନ୍ତିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ସ୍କୁଲର ଛାତଛାତ୍ରୀ, ଶିକ୍ଷକ, ପୂର୍ବତନ ଛାତ୍ର ଏବଂ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟିର ଉପଦେଷ୍ଟା ଡାଃ ପ୍ରସନ୍ନ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । କମିଟିର ସଂପାଦକ ସରୋଜ କୁମାର ମହାପାତ୍ର, ସ୍ୱର୍ଗତ ମହାନ୍ତିଙ୍କର ସୁପୁତ୍ର ଇଂ ଅତୁଲ ଚନ୍ଦ୍ର ମହାନ୍ତ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ମହାନ୍ତି, ଶିକ୍ଷକ ସୁରେନ୍ଦ୍ରନାଥ ଦାସ ନିଜ ନିଜର ବକ୍ତବ୍ୟରେ ଗିରିଧାରୀ ମହାନ୍ତିଙ୍କର ସ୍ୱୃତିଚାରଣ କରିବା ସହ ପିଲାମାନେ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସ୍କୁଲରୁ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ସୁମିତ୍ରା ଶୁଭଦର୍ଶିନୀ ସାହୁଙ୍କୁ ତାଙ୍କ ପିତାମାତାଙ୍କ ଉପସ୍ଥିତିରେ ମାନପତ୍ର, ପୁଷ୍ପଗୁଚ୍ଛ, ଉପଢୌକନ ଓ ୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ସ୍ମୃତି କମିଟି ପକ୍ଷରୁ ପ୍ରଦାନ କରାଯାଇ ତାଙ୍କର ମଙ୍ଗଳ ଭବିଷ୍ୟତ କାମନା କରାଯାଇଥିଲା । ପୁରାତନ ଛାତ୍ର ବସନ୍ତ କୁମାର ସାହୁ ଓ ପ୍ରମୋଦ କୁମାର ହୋତା ଉପସ୍ଥିତ ଥିଲେ । ଶେଷରେ ସ୍ମୃତି କମିଟି ପକ୍ଷରୁ ସରୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories