www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା

ଡେସ୍କ: ରାଜ୍ୟରେ ଏବେ ଜଣଙ୍କ ପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା ରହିଛି। ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଅତିରିକ୍ତ ବଜେଟ ଆଗତ କରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବିଷୟ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ୨୦୨୩ ଜୁଲାଇ ସୁଦ୍ଧା ରାଜ୍ୟର ଋଣ ଭାର ୮୮ ହଜାର ୪୮୭ କୋଟିରେ ପହଂଚିଛି। ଏବେ ରାଜ୍ୟର ମୋଟ ଋଣ ପରିମାଣ ଜିଏସ୍‌ଡିପିର ୧୦.୦୩% ରହିଛି।

ଆଜି ଅର୍ଥମନ୍ତ୍ରୀ ୨୦୨୩-୨୪ ବର୍ଷ ପାଇଁ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି। ଏଥିରେ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪ ହଜାର ୬୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ପଞ୍ଚାୟତିରାଜ ବିଭାଗ ପାଇଁ ୪ ହଜାର ୮୩ କୋଟି, ଗଣଶିକ୍ଷା ବିଭାଗ ପାଇଁ ୨ ହଜାର ୮୮୨ କୋଟି, ଜଳସଂପଦ ପାଇଁ ୨ ହଜାର ୪୦୭ କୋଟି, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦ କୋଟି, ନୂଆ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧ ହଜାର ୩୦୨ କୋଟି, ପରିବହନ ଯୋଜନା ‘ଲକ୍ଷ୍ମୀ’ ପାଇଁ ୫୫୬ କୋଟି, ବ୍ଲକସ୍ତରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି, ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨ କୋଟି, ଗଣଶିକ୍ଷା ପାଇଁ ୨ ହଜାର ୮୮୨ କୋଟି, ଜଳସଂପଦ ପାଇଁ ୨ ହଜାର ୪୦୭ କୋଟି, ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ସ୍କୁଲ ଘର ନିର୍ମାଣ ପାଇଁ ୧୫୩ କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି, ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୧୯୬ କୋଟି ଏବଂ ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ଅତିରିକ୍ତ ବଜେଟରେ ୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅତିରିକ୍ତ ବଜେଟ ଉପସ୍ଥାପନ ପରେ ସୋମବାର ଯାଏଁ ଗୃହ ମୁଲତବୀ ଘୋଷଣା କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories