www.samajalive.in
Monday, December 8, 2025
14.1 C
Bhubaneswar

ଫୁଲବାଣୀରେ ଆୟୋଜିତ ହେବ ରାଜ୍ୟ ଆଇନଜୀବୀ ସଂଘର ୫୨ତମ ଅଧିବେଶନ

ଫୁଲବାଣୀ: ରାଜ୍ୟ ଆଇନଜୀବୀ ସଂଘର ୫୨ତମ ଅଧିବେଶନ ଚଳିତ ବର୍ଷ ଫୁଲବାଣୀରେ ଆୟୋଜିତ ହେବ। ସ୍ଥାନୀୟ ଵାର ଆସୋସିଏସନ ସମ୍ମିଳନୀ କକ୍ଷରେ ରବିବାର ଫୁଲବାଣୀ ଜିଲ୍ଲା ବାର ଆସୋସିଏସନ ଓ ରାଜ୍ୟ ଓକିଲ ସଂଘ ତରଫରୁ ଅନୁଷ୍ଠିତ ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଡିସେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ସମ୍ମିଳନୀକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରିବା ପାଇଁ ପ୍ରସ୍ତାବ ରହିଥିବା ରାଜ୍ୟ ଓକିଲ ସଂଘ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ,କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘ ଓ୍ବାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ହାଇକୋର୍ଟ ମୁଖ୍ୟ ବିଚାରପତି ତାଲପତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବ ବୋଲି କୁହାଯାଇଛି। ଫୁଲବାଣୀ ବାର ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଅଧିବେଶନରେ ରାଜ୍ୟର ୧୬୫ଟି ବାର ଆସୋସିଏସନର ୩ ହଜାରରୁ ଊର୍ଦ୍ଧ୍ବ ଆଇନଜୀବୀ ଯୋଗ ଦେବେ । ରାଜ୍ୟର ପ୍ରାୟ ୪୦ ହଜାର ଆଇନଜୀବୀଙ୍କୁ ପ୍ରତିନିଧିତ୍ଵ କରୁଥିବା ସଙ୍ଘର ବିଭିନ୍ନ ସମସ୍ୟା ଉପରେ ଏହି ଅଧିବେଶନରେ ଆଲୋଚନା କରାଯିବ ବୋଲି ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଶେଷ କରି ଓଡ଼ିଶାରେ ଆଇନଜୀବୀ ଏକାଡେମୀ ସ୍ଥାପନ, ଓକିଲମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମାରାଶି ବ୍ୟବସ୍ଥା ଓ କର୍ଳିପସ ଫଣ୍ଡ ରାଶି ବୃଦ୍ଧି ଭଳି ଦାବୀଗୁଡିକ ଉପରେ ଚଳିତ ଅଧିବେଶନରେ ଗୁରୁତ୍ୱ ଦିଆଯିବ। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟ ଓ ଜିଲ୍ଲା ସଙ୍ଘ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ୧୯୮୪ ଓ ୨୦୧୦ ମସିହାରେ ଫୁଲବାଣୀଠାରେ ରାଜ୍ୟ ଅଧିବେଶନ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ତୃତୀୟ ଥର ପାଇଁ ଏହା ଆୟୋଜିତ ହେବାକୁ ଯାଉଛି। ଫୁଲବାଣୀ ଓକିଲ ସଙ୍ଘ ସଭାପତି ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଙ୍ଘର ସହଯୋଗୀ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜିତ କୁମାର ପାଣିଗ୍ରାହୀ, କାର୍ୟ୍ୟକାରୀ ସଭାପତି ନନ୍ଦ ନନ୍ଦନ ଶତପଥୀ, ଉପସଭାପତି ଜଗନ୍ନାଥ ମିଶ୍ର, ସମ୍ପାଦକ ମନୋରଞ୍ଜନ ମହାନ୍ତିଙ୍କ ସମେତ ରାଜ୍ୟ ଓ ଜିଲ୍ଲା ସଂଘର ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ଫୁଲବାଣୀ ବାର ଆସୋସିଏସନର ସମ୍ପାଦକ କମଳ କୁମାର ବେହେରା ବୈଠକ ପରିଚାଳନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories