www.samajalive.in
Tuesday, December 9, 2025
16.1 C
Bhubaneswar

ଠାକୁରମୁଣ୍ଡା ବଜାରରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ : ୨ ଗିରଫ

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରେ ଥିବା ଦୁଇଟି ଦୋକାନରୁ ପୁଲିସ ଚଢ଼ାଉ କରି ରବିବାର ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ କରିଛି। ଘଟଣାରେ ସଂପୃକ୍ତ ୨ ଜଣ ଦୋକାନୀଙ୍କୁ ଠାକୁରମୁଣ୍ଡା ଥାନା ପୁଲିସ ଗିରଫ କରିଛି । ଗିରଫ ଚୋରାମଦ ବେପାରୀ ମାନେ ହେଲେ ରଞ୍ଜୁ ସାହୁ ଓ ଟୁଟୁ ବାରିକ ବୋଲି ଜଣା ପଡ଼ିଛି । ଠାକୁରମୁଣ୍ଡା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଚୋରାରେ ବିଦେଶୀ ମଦ ରଖି ଦୋକାନରେ ବିକ୍ରି କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସୁବ୍ରତ କୁମାର ଓ  ପୁଲିସ କର୍ମଚାରୀ ମାନେ ଠାକୁରମୁଣ୍ଡା ବଜାରର ଆନନ୍ଦପୁର ରାସ୍ତାରେ ଥିବା ଶାନ୍ତି ହୋଟେଲ ଓ ସ୍କୁଲ ରାସ୍ତାରେ ଥିବା ଏକ ଅଣ୍ଡା ଦୋକାନ ଉପରେ ଚଢଉ କରିଥିଲେ। ଏହି ଦୁଇଟି ଦୋକାନରେ ଚଢଉ କରି ୧୦୭ ଲିଟର ୮୦୫ ମିଲିଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋତଲକୁ ଜବତ କରିଥିଲେ। ଠାକୁରମୁଣ୍ଡା ବଜାରରେ ଖୋଲା ଖୋଲି ଚୋରାରେ ବିଦେଶୀ ଓ ଦେଶୀ ମଦ ବିକ୍ରୀ ହେଉଥିଲେ ମଧ୍ୟ ନ ଜାଣିବା ପରି ଠାକୁରମୁଣ୍ଡା ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୁଲିସ ଜାଣିପାରୁ ନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories