www.samajalive.in
Sunday, December 7, 2025
26.1 C
Bhubaneswar

ଗଣେଶନଗର-ଲାଉମାଲ ରାସ୍ତାରେ ବିପଦଜନକ ଗର୍ତ୍ତ

ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ଗଣେଶନଗରରୁ ଗୋଲାମାଲ-ପଧାନପାଲି ଦେଇ ଲାଉମାଲ ଛକରେ ପୁରୁଣାରାଞ୍ଚି ରୋଡକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଅନେକ ସ୍ଥାନରେ ବିପଦ ଜନକ ଗର୍ତ୍ତ ସୃଷ୍ଟି ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏହାର ମରାମତି କରୁନାହାନ୍ତି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକେ କ୍ଷତାକ୍ତ ହେଉଛନ୍ତି। ୧୦ ଟି ପଞ୍ଚାୟତ ଅଞ୍ଚଳବାସୀଙ୍କ ପାଇଁ ବ୍ଳକ୍ ତହସିଲ ଏବଂ ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବା ଏହି ରାସ୍ତାର ଗୋଲାମାଲ ଏବଂ ଲୁଧାପାଲି ଆଦି ଅନେକ ସ୍ଥାନରେ ରାସ୍ତା ମଝିରେ ବିପଦ ଜନକ ଗର୍ତ୍ତ ଦେଖିବାକୁ ମିଲୁଛି। ବିଭାଗିୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଶିଘ୍ର ମରାମତି ବ୍ୟବସ୍ଥା କରିବାକୁ ଜନସାଧାରଣରେ ଦାବୀ ହେଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories