www.samajalive.in
Tuesday, December 9, 2025
23.1 C
Bhubaneswar

ଭଗବାନ୍‍! ମୁଁ ବଞ୍ଚିବାକୁ ଚାହେଁ

ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ନିଷିଦ୍ଧ ଇଲାକାକୁ ଯାଇ ଆଦିମ ଅଧିବାସୀଙ୍କ ତୀର ମାଡ଼ରେ ମୃତ୍ୟୁବରଣ କରିଥିବା ଆମେରିକୀୟ ପର୍ଯ୍ୟଟକ ଜନ୍‍ ଆଲେନ୍‍ ଚାଉଙ୍କ କିଛି ହାତଲେଖା ହସ୍ତଗତ ହୋଇଛି। ମୃତ୍ୟୁ ପୂର୍ବରୁ ସେ ‘ହେ ଭଗବାନ୍‍! ମୁଁ ବଞ୍ଚିବାକୁ ଚାହେଁ’ ବୋଲି ଲେଖିଥିବା ଜଣାପଡ଼ିଛି।
ୱାଶିଂଟନ୍‍ର ଭାଙ୍କୋଭର ନିବାସୀ ୨୬ ବର୍ଷୀୟ ଚାଉ ଜଣେ ମିଶନାରୀ ଭାବେ ଅନେକ ଦେଶ ଭ୍ରମଣ କରିଛନ୍ତି। ସେ ଏହା ପୂର୍ବରୁ ମଧ୍ୟ ଆଣ୍ଡାମାନ୍‍ ନିକୋବର ଆସିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।
ନିଷିଦ୍ଧ ଇଲାକାକୁ ଯିବା ପାଇଁ ସେ କିଛି ମତ୍ସ୍ୟଜୀବୀଙ୍କୁ ଅନୁରୋଧ କରିଥିଲେ। ଏହାପରେ ଏକ ଛୋଟ ମାଛଧରା ଡଙ୍ଗାରେ ଦୁଃସାହସିକପୂର୍ଣ୍ଣ ଯାତ୍ରା ଆରମ୍ଭ କରିଥିଲେ। ସେଠାରେ ନଭେମ୍ବର ୧୬ ତାରିଖରେ ପହଞ୍ଚିବା ପରେ ତୀରମାଡ଼ରେ ମୃତ୍ୟୁ ଘଟିବା ପୂର୍ବରୁ ସେ ତାଙ୍କ ନୋଟ୍‍ବୁକ୍‍ରେ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଥିବା ବିଷୟ ଏବେ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଛି।
ଜନ ଲେଖଥିଲେ ଯେ ‘ମୁଁ ପହଞ୍ଚିବା ପରେ ମୋତେ ଦେଖି ଆଦିବାସୀମାନେ ରାଗି ଯାଇଥିଲେ। ମୁଁ ସେମାନଙ୍କୁ ସେମାନଙ୍କ ଭାଷାରେ ବୁଝାଇବାକୁ ଚେଷ୍ଟା କରିଥିଲି। ମୋ ନାମ ଜନ୍‍। ମୁଁ ତୁମକୁ ଭଲ ପାଏ। ପ୍ରଭୁ ଯୀଶୁ ତୁମକୁ ଭଲ ପଆନ୍ତି। ଏହାପରେ ମୁଁ ତାଙ୍କ ଭାଷାରେ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲି। ଏହି ସମୟରେ ଜଣେ ଶିଶୁର ଏକ ତୀର ହଠାତ୍‍ ମୋ ଆଡ଼କୁ ଆସିଥିଲା। କିନ୍ତୁ ୱାଟରପ୍ରୁଫ୍‍ ବାଇବେଲ୍‍ରେ ବାଜି ଅଟକି ଯାଇଥିଲା।….’। ‘…..ଯୀଶୁ ସେମାନଙ୍କ ପାଇଁ ଯାହା କହିଛନ୍ତି ତାହା ଏବେ ସେମାନଙ୍କୁ ବୁଝାଇବାର ବେଳ ଆସିଛି…।’ ‘…ଏତେ ସୁନ୍ଦର ଅଞ୍ଚଳରେ ମୃତ୍ୟୁର ଅନ୍ଧାର କାହିଁକି…?…ଏହା ମୋ ଶେଷ ଲେଖା ହୋଇ ନପାରେ। ଯଦି ହୁଏ ତେବେ ସବୁ ଶ୍ରେୟ ଭଗବାନଙ୍କୁ ଯିବ…।’

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories