www.samajalive.in
Tuesday, December 9, 2025
19.1 C
Bhubaneswar

ପୁଣି ଧରାପଡ଼ିଲା ଧଳା ଜହର, ମହିଳା ଗିରଫ

ସମ୍ବଲପୁର: ସମ୍ବଲପୁରର ଧଳା ଜହରର ପେଣ୍ଠସ୍ଥଳି ପାଲଟିଥିବା ସୁନାପାଲି ଅଞ୍ଚଳରୁ ଅବାକରୀ ବିଭାଗ ଚଢ଼ଉ କରି ପୁଣି ଧଳା ଜହର ଜବତ କରିଛି। ଅବକାରୀ ବିଭାଗର ସୂଚନାନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଖବର ପାଇ ସୁନାପାଲି ଗୌନ୍ତିଆପଡ଼ା ଠାରେ ଅଚାନକ ଚଢ଼ଉ କରାଯାଇ ପ୍ରଥମ ଥର ପାଇଁ ଜଣେ ମହିଳା ବଦରୁନ ବି (୫୮) ଙ୍କୁ ୧୪ ଗ୍ରାମର ଧଳା ଜହର ସହିତ ଗିରଫ କରିଛି। ଜବତ ହୋଇଥିବା ଧଳା ଜହରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହୋଇଥିବା ବେଳେ ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁ୍‌‌କ୍ତାଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି। ଅପରପକ୍ଷରେ ଦିନକୁ ଦିନ ସୁନାପାଲି ଅଞ୍ଚଳରେ ଧଳା ଜହର ସମେତ ଅନ୍ୟାନ୍ୟ ନିଶା କାରବାର ଚିନ୍ତାଜନକ ଭାବରେ ବୃଦ୍ଧି ପାଉଥିବା ବେଳେ ଏହାର ଲିଙ୍କ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଲମ୍ବିଥିବାର ଜଣାପଡ଼ିଛି।

ଅପରପକ୍ଷରେ ଧଳା ଜହରର ପେଣ୍ଠସ୍ଥଳି ପାଲଟିଥିବା ଧନୁପାଲି ଥାନା ଅଧିନସ୍ଥ ସୁନାପାଲି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ନଜର ରଖାଯାଇ ଚଢ଼ଉ କରାଯାଉଥିବାର ପରିଲକ୍ଷିତ ହେଉଛି। ଏଣୁ ଗତ ୪ ମାସ ମଧ୍ୟରେ ଏହି ଅଞ୍ଚଳରେ ବାରମ୍ବାର ଚଢ଼ଉ କରାଯାଇ ୭ଟି ମାମଲା ରୁଜୁ ସହିତ ୧୦୩ ଗ୍ରାମ ଧଳା ଜହର ସମେତ ଅନ୍ୟାନ୍ୟ ମାରାତ୍ମକ ନିଶା ଦ୍ରବ୍ୟ ଜବତ କରାଯାଇ ସମୁଦାୟ ୮ ଜଣଙ୍କୁ ଗିରଫ କରାଯାଇ ସାରିଛି। ଗତ ମେ ୫ ତାରିଖରେ ଜିଲା ଅବକାରୀ ବିଭାଗ ତରଫରୁ ସୁନାପାଲି ଅଞ୍ଚଳରେ ଚଢ଼ଉ କରାଯାଇ ମହମ୍ମଦ ନସିମ ଓରଫ ଗୁଡ୍ଡୁ ଙ୍କ ନିକଟରୁ ୧୯ ଗ୍ରାମ ଧଳା ଜହର ଓ ୧୨୫ଟି ନିଶା କଫ ସିରଫ, ମେ ୨୦ ତାରିଖରେ ସୁନାପାଲି ଅଞ୍ଚଳରେ ଚଢ଼ଉ କରାଯାଇ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲାର ଔରଙ୍ଗାବାଦ ନିବାସୀ ସଦ୍ଦାମ ମୋମିନ (୩୨) ଓ ସୁନାପାଲି ନିବାସୀ ଇମ୍ରାନ ଅହମଦ ଖାନ (୨୭) ଙ୍କୁ ଗିରଫ କରି ୧୨ ଗ୍ରାମ ଧଳା ଜହର, ୧୦୦ଟି ନିଶା ବଟିକା ଓ ଏକ ସ୍କୁଟି, ୧୫ ଜୁଲାଇରେ ସେହି ସୁନାପାଲିର ଗୌନ୍ତିଆପଡ଼ା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ମହମ୍ମଦ ଚାନ୍ଦ ନାମକ ଜଣେ ଯୁବକଙ୍କୁ ଧରାଯାଇ ୧୩ ଗ୍ରାମର ଧଳା ଜହର, ୨୯ ଅଗଷ୍ଟରେ ସୁନାପାଲି ଅଞ୍ଚଳରୁ ମାସୁମ ଅହମଦ (୨୭) ଙ୍କ ନିକଟରୁ ୧୬ ଗ୍ରାମ ଧଳା ଜହର ଓ ଗୋଟିଏ ସ୍କୁଟି, ୫ ସେପ୍ଟେମ୍ବରରେ ସୁନାପାଲି ଅଞ୍ଚଳର ନିବାସୀ ମହ୍ମମଦ ସରଫରାଜ (୨୭) ନାମକ ଜଣେ ଯୁବକଙ୍କୁ ଗିରଫ କରି ୧୨ ଗ୍ରାମର ଧଳା ଜହର, ୮ ତାରିଖରେ ସୁନାପାଲି ନିବାସୀ ମହମ୍ମଦ ଅଫତାବଙ୍କୁ ଗିରଫ କରି ୧୭ ଗ୍ରାମ ଧଳା ଜହର ଓ ୨୬୦ଟି ନିଶା ବଟିକା ଏବଂ ଆଜି ଜଣେ ମହିଳାଙ୍କ ଠାରୁ ୧୪ ଗ୍ରାମର ଧଳା ଜହର ଜବତ କରିଛି। ଅପରପକ୍ଷରେ ଧନୁପାଲି ଥାନାରୁ ମାତ୍ର ୨ କିମି ପରିଧି ମଧ୍ୟରେ ବାରମ୍ବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବ୍ୟାପକ ଧଳା ଜହର ଭଳି ମାରାତ୍ମକ ମାଦଜ ଦ୍ରବ୍ୟ ଜବତ କରାଯାଉଥିବା ବେଳେ କିନ୍ତୁ ଧନୁପାଲି ଥାନା ପୁଲିସ, ଜିଲା ସ୍ୱତନ୍ତ୍ର ସ୍କାର୍ଡ ଓ ଗୁଇନ୍ଦା ବିଭାଗକୁ ଆଜି ପର୍ଯ୍ୟନ୍ତ ଧଳା ଜହର କିମ୍ବା ଅନ୍ୟାନ୍ୟ ମାରାତ୍ମକ ନିଶା ଦ୍ରବ୍ୟ ସମ୍ପର୍କରେ କୌଣସି ସୂଚନା ନ ପାଇବା ପୁଲିସର ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories