www.samajalive.in
Tuesday, December 9, 2025
23.1 C
Bhubaneswar

ସୀମା ଅପରପାର୍ଶ୍ବରୁ ଆସିଛି ନିର୍ଦେଶ; ତେଣୁ ମେଣ୍ଟ କରୁଛନ୍ତି କଂଗ୍ରେସ+ଏନସି+ପିଡିପି:ରାମ ମାଧବ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ କଂଗ୍ରେସ, ନ୍ୟାସନାଲ କନଫରେନ୍ସ ଓ ପିଡିପି ମେଣ୍ଟରେ ସରକାର ଗଠନ ଉଦ୍ୟମ ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ଫସର ଫାଟିଛି। ସାଧାରଣ ନିର୍ବାଚନ ପୂର୍ବରୁ ଜମ୍ମୁରେ ମେଣ୍ଟ ରାଜନୀତି ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପିଡିପି ମୁଖିଆ ମେହବୁବା ମୁଫ୍‌ତିଙ୍କ ଏଭଳି ଉଦ୍ୟମକୁ ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ନାଟକ ବୋଲି ମନ୍ତବ୍ୟ ଦେଇ ରାଜନୈତିକ ପାଣିପାଗକୁ ଅଧିକ ଉଷ୍ମ କରିଦେଇଛନ୍ତି। ମେଣ୍ଟ ପାଇଁ ସୀମା ଅପରପାର୍ଶ୍ବରୁ ପିଡିପି ଓ ନ୍ୟାସନାଲ କନ୍‌ଫରେନ୍ସଙ୍କୁ ବୋଧହୁଏ ନିର୍ଦେଶ ମିଳିଛି ବୋଲି ରାମ ମାଧବ କଟାକ୍ଷ କରିଛନ୍ତି। ନଚେତ ଯେଉଁ ଦଳ ପଞ୍ଚାୟତ ନିର୍ବାଚନକୁ ବହିଷ୍କାର କରିବେ ବୋଲି ଘୋଷଣା କରିଥିଲେ ସେହି ଦଳ ହଠାତ୍‌ ସରକାର ଗଠନ କରିବାକୁ ବ୍ୟଗ୍ର ହେବାର କାରଣ କ’ଣ ବୋଲି ରାମ ମାଧବ ପାଲଟା ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷରେ ପିଡିପି ମୁଖ୍ୟ ମେହବୁବା ମୁଫତି ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ ମଧ୍ୟ ଚିଠିରେ ସରକାର ଗଠନ ସମ୍ପର୍କିତ କୌଣସି ଦାବି ଉପସ୍ଥାପନ କରି ନାହାନ୍ତି। ଏଭଳି କ୍ଷେତ୍ରରେ ନିର୍ବାଚନ ପୂର୍ବରୁ ଏହା ଏକ ରାଜନୈତିକ ଚାଲ ବୋଲି ରାମ ମାଧବ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
ସୀମା ଅପରପାର୍ଶ୍ବରୁ ନିର୍ଦେଶକୁ କାର୍ଯ୍ୟକାରୀ କରିବା ମନ୍ତବ୍ୟକୁ ନେଇ ନ୍ୟାସନାଲ କନଫାରେନ୍ସ ମୁଖ୍ୟ ଓମର ଅବଦୁଲ୍ଲା ବିଜେପି ଉପରେ ପାଲଟା ଆକ୍ରମଣ କରିଛନ୍ତି। କେନ୍ଦ୍ରରେ ସରକାରରେ ଥିବା ବିଜେପି ପାଖରେ ଦେଶର ବଡ଼ବଡ଼ ତଦନ୍ତକାରୀ ସଂସ୍ଥା ରହିଥିବାବେଳେ ମନ୍ତବ୍ୟ ଦେବା ପୂର୍ବରୁ ଏ ସମ୍ପର୍କରେ ତଥ୍ୟ ପ୍ରମାଣ ହାସଲ କରିବା ଉଚିତ ଥିଲା ବୋଲି ଅବଦୁଲ୍ଲା ପାଲଟା ଆକ୍ରମଣ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ତାଙ୍କ ବୟାନକୁ ପ୍ରମାଣିତ କରନ୍ତୁ ନଚେତ ସର୍ବସାଧାରଣରେ କ୍ଷମା ପାର୍ଥନା କରନ୍ତୁ ବୋଲି ଅବଦୁଲ୍ଲା କହିଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories