www.samajalive.in
Tuesday, December 9, 2025
19.1 C
Bhubaneswar

ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଆରମ୍ଭ

ଭୁବନେଶ୍ବର : ଷ୍ଟାର୍ଟଅପ୍‌ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍-୨୦୨୩ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତୃଣମୂଳସ୍ତରରେ ଇନୋଭେଟରଙ୍କୁ ଉତ୍ସାହିତ କରିବା ଏବଂ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍‌ ଲକ୍ଷ୍ୟ ହାସଲ କରିବାକୁ ସେମାନଙ୍କ ଭିତରେ ଔଦ୍ୟୋଗିକତାର ପ୍ରୋତ୍ସାହନ ସୃଷ୍ଟି ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଗତଥର ତୁଳନାରେ ଏହି ସଂସ୍କରଣ ଅଢ଼େଇ ଗୁଣ ବଡ଼। ୩୫୦୦ରୁ ଊର୍ଦ୍ଧ୍ବ ଚିନ୍ତାଧାରା ସୃଷ୍ଟି ଲକ୍ଷ୍ୟରେ ଏହି ଯାତ୍ରା ୨୬୦ ଶିକ୍ଷାନୁଷ୍ଠାନର ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ। ଷ୍ଟାର୍ଟଅପ୍ ଓଡ଼ିଶାର ୪ଟି ଉତ୍ସର୍ଗୀକୃତ ଭ୍ୟାନ୍ ୩୦ ଜିଲା ବୁଲିବ। ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ନିର୍ଦେଶକ ଡ. ଓଁକାର ରାୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଷ୍ଟାର୍ଟଅପ୍‌ ଯାତ୍ରାରୁ ୫୦ଟି ମନୋନୀତ ଚିନ୍ତାଧାରାକୁ ୩ ଦିନିଆ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରାଯିବ। ଏହାପରେ ଶ୍ରେଷ୍ଠ ୨୫ଟି ଚିନ୍ତାଧାରାକୁ ଓ-ହବ୍‌କୁ ଡେମୋ ଡେ’ ପାଇଁ ଆମନ୍ତ୍ରଣ କରାଯିବ। ଏଥିମଧ୍ୟରୁ ୧୦ଟି ଚିନ୍ତାଧାରାକୁ ଷ୍ଟାର୍ଟଅପ୍ ଉଦ୍ୟୋଗରେ ବିକଶିତ କରିବାକୁ ପ୍ରତ୍ୟେକଙ୍କୁ ୩ଲକ୍ଷ ଟଙ୍କା ଲେଖାଏଁ ସିଡ୍‌ ଫଣ୍ଡିଂ ଦିଆଯିବ। ସେହିପରି ଷ୍ଟାର୍ଟଅପ୍ ଏକ୍ସପ୍ରେସ୍-୨୦୨୩ର ଶୀର୍ଷ ୨୦ ଚିନ୍ତାଧାରାକୁ ଆମନ୍ତ୍ରଣ କରାଯିବ। ଯେଉଁଥିରୁ ୧୦ଟିକୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯିବ। ଷ୍ଟାର୍ଟଅପ୍ ଓଡ଼ିଶା ଆରମ୍ଭ ହେବା ଦିନଠାରୁ ୧୭୦୦ରୁ ଅଧିକ ଷ୍ଟାର୍ଟଅପ୍‌କୁ ସହାୟତା ପ୍ରଦାନ କରାଗଲାଣି। ଏଥିମଧ୍ୟରେ ମହିଳାଙ୍କ ନେତୃତ୍ବରେ ୬୦୦ରୁ ଅଧିକ ଷ୍ଟାର୍ଟଅପ୍‌ ରହିଛି। ଏହାଦ୍ବାରା ୧୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଷ୍ଟାର୍ଟଅପ୍‌ଗୁଡ଼ିକ ଦ୍ବାରା ୩୫୦.୪୨ କୋଟି ଟଙ୍କା ରାଜସ୍ବ ସୃଷ୍ଟି ହୋଇଥିଲା।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories