www.samajalive.in
Sunday, December 7, 2025
26.1 C
Bhubaneswar

ଏଠାରେ ବହୁ ପୁରାତନ କାଳରୁ ରହିଛି କ୍ଷୀର ବିକ୍ରି ନକରିବାର ପରମ୍ପରା

ମହାରାଷ୍ଟ୍ରର ହିଙ୍ଗୋଲୀ ଜିଲାର ଏକ ଗାଁର ଲୋକେ ନିଜକୁ ପ୍ରଭୁକୃଷ୍ଣଙ୍କ ବଂଶଧର କହିଥାଆନ୍ତି। ଏଠାକାର ଲୋକେ କ୍ଷୀର ବିକ୍ରି କରନ୍ତି ନାହିିଁ । ଏହାସହ ଆବଶ୍ୟକ ଓ ଅସହାୟଙ୍କୁ ମାଗଣାରେ ଦେଇଥାଆନ୍ତି। ସ୍ଥାନଟି ମହାରାଷ୍ଟ୍ର ହିଙ୍ଗୋଲୀ ଜିଲାରେ ୟେଲେଗାଁର। ଏହାସହ ଏଠାରେ ଖୁବ ଧୂମଧାମରେ ପ୍ରଭୁ କୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଏ। ଗାଁର ପ୍ରାୟ ପ୍ରତ୍ୟେକଙ୍କ ଘରେ କ୍ଷୀର ଓ କ୍ଷୀରରୁ ତିଆରି ଦ୍ରବ୍ୟର ବଣ୍ଟନର ସ୍ଥାନ ରହିଛି।
ଗ୍ରାମବାସୀଙ୍କ ମତାନୁଯାୟୀ, ୟେଲେଗାଁ ଗାବଲୀର ଅର୍ଥ ହେଉଛି କ୍ଷୀରର ଗାଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ,ଆମେ ନିଜକୁ କୃଷ୍ଣଙ୍କ ବଂଶଧର ମାନୁ। ଏହି କାରଣରୁ ଆମେ କ୍ଷୀର ବିକ୍ରି କରୁ ନାହୁଁ। କ୍ଷୀରକୁ ବିକ୍ରି ନକରି ବଣ୍ଟନ କରାଯାଏ। ଗାଁର ପ୍ରାୟ ୯୦% ଲୋକଙ୍କ ଘରେ ଗାଈ ରହିଛି। ଏହାସହ ମଇଁଷି ଓ ଛେଳି ମଧ୍ୟ ରହିଛି। ଏଠାରେ କ୍ଷୀର ବିକ୍ରି ନକରିବାର ପରମ୍ପରା ବହୁ ପୁରାତନ କାଳରୁ ଚାଲି ଆସୁଛି। ତେଣୁ ଆବଶ୍ୟକୀୟ ଓ ଅସହାୟଙ୍କୁ କ୍ଷୀର ବଣ୍ଟନ କରାଯାଏ। ମାତ୍ର କାହାରିକୁ ବିକ୍ରି କରାଯାଏ ନାହିଁ।  ଏହି ଗାଁରେ ଜନ୍ମାଷ୍ଟମୀ ଖୁବ ଧୂମଧାମରେ ପାଳନ କରାଯାଏ। ଗାଁରେ ଏକ କୃଷ୍ଣ ମନ୍ଦିର ମଧ୍ୟ ରହିଛି। ଏଠାରେ ଜନ୍ମାଷ୍ଟମୀରେ ବେଶ ଧୁମଧାମରେ ପୂଜାର୍ଚ୍ଚନା କରାଯାଏ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories