www.samajalive.in
Sunday, December 7, 2025
14.1 C
Bhubaneswar

ଜନ୍ମାଷ୍ଟମୀ ବିଶେଷ ; ଜାଣନ୍ତୁ ଏଠାରେ ଥିବା ତୁଳସୀ ବୃକ୍ଷର ମହତ୍ତ୍ୱ

ତୁଳସୀ ଏକ ପବିତ୍ର ବୃକ୍ଷ। ଏହାର ଧାର୍ମିକ ସହ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହି ତୁଳସୀ ପ୍ରଭୁ ଶ୍ରୀକୃଷ୍ଣ, ବିଷ୍ଣୁ, ମହାପ୍ରଭୁ ଜଗନ୍ନାଥଙ୍କର ଖୁବ୍ ପ୍ରିୟ। ତୁଳସୀ ବିନା ଭଗବାନଙ୍କ ପୂଜା ଅସପୂର୍ଣ୍ଣ ବୋଲି ମଧ୍ୟ କୁହାଯାଏ। ତୁଳସୀ ବୃକ୍ଷ ସହ ଜଡିତ ଏପରି କିଛି ସ୍ଥାନ ଓ ମହତ୍ତ୍ୱପୂର୍ଣ୍ଣ କଥା ରହିଛି,ଯାହା ହୁଏତ ସଭିଏଁ ଜାଣିନଥିବେ। ସ୍ଥାନଟି ହେଉଛି, ବୃନ୍ଦାବନର ନିଧିବନ। ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ରହସ୍ୟମୟ ମଧ୍ୟ। ଏହି ସ୍ଥାନର ପ୍ରତି କୋଣ ଅନୁକୋଣରେ ପ୍ରଭୁ କୃଷ୍ଣଙ୍କର ରହିଥିବାର ସୂଚନା ପ୍ରତି ମୁହୂର୍ତରେ ଜଣାଇଥାଏ।
ମାନ୍ୟତା ଅନୁଯାୟୀ, ପ୍ରଭୁ କୃଷ୍ଣ ଏବଂ ରାଧା ଏଠାରେ କ୍ରୀଡ଼ା କରନ୍ତି। ଭଗବାନ ଏଠାରେ ଅଧିକାଂଶ ସମୟ ବିତାଇ ଥାଆନ୍ତି।
ଏଠାରେ ବହୁଳ ସଂଖ୍ୟାରେ ତୁଳସୀ ଗଛ ରହିଛି। ଏହି ସମସ୍ତ ବୃକ୍ଷ ଯୋଡାରେ ରହିଛି। ମାନ୍ୟତା ଅନୁଯାୟୀ, ଯେଉଁସମୟରେ ପ୍ରଭୁ ଶ୍ରୀକୃଷ୍ଣ ଓ ରାଧା କ୍ରୀଡା କରନ୍ତି, ସେହି ସମୟରେ ତୁଳସୀ ବୃକ୍ଷ ଗୁଡିକ ମଧ୍ୟ ଗୋପୀ ରୂପେ ପରିବର୍ତ୍ତନ ହୋଇଥାଆନ୍ତି। ଏଠାରେ ଥିବା ବୃକ୍ଷର ଶାଖା ଉପର ଆଡକୁ ନୁହେଁ ବରଂ ତଳ ଆଡକୁ ବଢିଥାଏ। ଏହା ଏପରି ଭାବେ ରହିଛି ଯେ, ରାସ୍ତା ପାଇଁ ବୃକ୍ଷର ଶାଖା ଗୁଡିକୁ ବାଡି ସାହାଯ୍ୟରେ ରଖାଯାଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories