www.samajalive.in
Sunday, December 7, 2025
18.1 C
Bhubaneswar

ବିଶ୍ୱ ନାରିକେଳ ଦିବସ ପାଳିତ

ସାକ୍ଷୀଗୋପାଳ : ଭାରତ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଖୋର୍ଦ୍ଧା, ପିତାପଲିସ୍ଥିତ ନାରିକେଳ ଉନ୍ନୟନ ପରିଷଦ ସହଯୋଗରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଶନିବାର ବିଶ୍ୱ ନାରିକେଳ ଦିବସ ପାଳିତ ହୋଇଯାଇଛି।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ସୂର୍ଯ୍ୟ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ରୂପେ ମୁଖ୍ୟ କ୍ଷେତ୍ର ପରିଚାଳକ ଅମର କୁମାର ଶ୍ରୀବାସ୍ତବ, ସହକାରୀ କ୍ଷେତ୍ର ପରିଚାଳକ କ୍ଷିତିଶ ପାଣି, ନାରିକେଳ ଉନ୍ନୟନ ପରିଷଦର ସଭ୍ୟ ରାମଚନ୍ଦ୍ର ରଥ, ଗୃହ ବିଜ୍ଞାନୀ ଡକ୍ଟର ସୁମିତା ଆଚାର୍ଯ୍ୟ, ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ପ୍ରଫେସର ଡକ୍ଟର ଅଜିତ କୁମାର ସାହୁ, କୃଷି ବିଜ୍ଞାନୀ ସାର୍ଥକ ପଟ୍ଟନାୟକ, ବିଷ୍ଣୁପଦ ଗିରି ଓ ଦୀପିଶିଖା ପରମଜିତା ପ୍ରମୁଖ ଯୋଗ ଦେଇଥିଲେ।
ଅତିଥି ମାନେ ଉପସ୍ଥିତ ନଡ଼ିଆ ଚାଷୀ ମାନଙ୍କୁ ବର୍ତ୍ତମାନ ଓ ଭବିଷ୍ୟତ ପିଢୀ ନିମନ୍ତେ ନଡ଼ିଆ କ୍ଷେତ୍ରର ନିରନ୍ତରକରଣ, ରକ୍ଷଣା ବେକ୍ଷଣ, ରୋଗ ଓ ପୋକ ନିୟନ୍ତ୍ରଣ ଓ ପରିଚାଳନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ନିଖିଳ ଭାରତ ନଡ଼ିଆ ଉତ୍ପାଦକ ମହାସଂଘର ଓଡିଶା ରାଜ୍ୟ  ସଭାପତି ହୃଷିକେଶ ମିଶ୍ର , ବିଶ୍ୱଜିତ ଶତପଥୀ, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଭରତ ପ୍ରଧାନ ଓ ଅଜୟ ପ୍ରଧାନଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ୱ ନଡ଼ିଆ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ନାରିକେଳ ଉନ୍ନୟନ ସମିତିର ସଭ୍ୟ ରାମଚନ୍ଦ୍ର ରଥ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories