ମ.ରାମପୁର : ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ ସବ୍ ଜେଲରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ମ.ରାମପୁର ଗୀତା ପାଠଶାଳା ପକ୍ଷରୁ ରକ୍ଷାବନ୍ଧନ ପାଳିତ ହୋଇଯାଇଛି। ପ୍ରଜାପତି ବ୍ରହ୍ମକୁମାରୀ ସାବିତ୍ରୀ ଭଉଣୀ ଓ ପ୍ରିୟଙ୍କା ଭଉଣୀ ମାନେ ସବ୍ ଜେଲରେ ଥିବା ଅନ୍ତେବାସୀ ମାନଙ୍କୁ ସେମାନଙ୍କ ଦୀର୍ଘାୟୁ କାମନା କରି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ତାସହିତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ, ସିଆରପିଏଫ କ୍ୟାମ୍ପର ଯବାନ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ଭଉଣୀ ମାନଙ୍କ ଏହି ରାକ୍ଷୀ ପାଇ ସେମାନେ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା।
Popular Categories



