www.samajalive.in
Sunday, December 7, 2025
16.1 C
Bhubaneswar

ମହିଳା ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତ

ଡେସ୍କ: ଓମାନର ସାଲାଲା ଠାରେ ଅନୁଷ୍ଠିତ ଏସୀୟ ମହିଳା ହକି ଫାଇଭ – ଏସ ବିଶ୍ୱକପ ଯୋଗ୍ୟତା ପର୍ୟ୍ୟାୟର ଫାଇନାଲରେ ଭାରତ ଥାଇଲାଣ୍ଡକୁ ୭-୨ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ମାରିଆନା କୁଜୁର ଖେଳର ୨ ମିନିଟ ଓ ୮ ମିନିଟରେ ଦୁଇଟି ଗୋଲ ଦେଇଥିଲେ। ଦୀପୀ ମୋନିକା ଟପୋ ୭ ମିନିଟରେ, ଜ୍ୟୋତି ୧୦ ଓ ୨୭ ମିନିଟରେ, ନବଜୋତ କୌର ୨୩ ମିନିଟରେ ଏବଂ ମହିମା ଚୌଧୁରୀ ୨୯ ମିନିଟରେ ଗୋଲ ସ୍କୋର କରିଥିଲେ।
ଏହା ପୂର୍ବରୁ ଭାରତୀୟ ମହିଳା ଦଳ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ମାଲେସିଆକୁ ୯-୫ରେ ପରାସ୍ତ କରିଥିଲା। ଭାରତ ନିଜର ଚମତ୍କାର ଖେଳ ପ୍ରଦର୍ଶନ ସ୍ୱରୂପ ଅଧିନାୟିକା ନବଜୋତ କୌର ହ୍ୟାଟ୍ରିକ୍ ଗୋଲ କରିଥିଲେ। ସେମିଫାଇନାଲରେ ବିଜୟ ସହିତ ଆୟୋଜକ ଓମାନ ପରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ମହିଳା ହକି ବିଶ୍ୱକପ ପାଇଁ ଭାରତ ଦ୍ୱିତୀୟ ଏସୀୟ ଦଳ ଭାବେ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟ ଏକ ସେମିଫାଇନାଲରେ ଇଣ୍ଡୋନେସିଆକୁ ୫-୨ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ପରେ ଥାଇଲ୍ୟଣ୍ଡ ତୃତୀୟ ଦଳ ଭାବେ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଜାନୁଆରୀ ୨୪ରୁ ୨୭ ପର୍ୟ୍ୟନ୍ତ ହକି ଫାଇଭ ଏସ ବିଶ୍ୱକପ୍ ମସ୍କାଟରେ ଅନୁଷ୍ଠିତ ହେବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories