www.samajalive.in
Sunday, December 7, 2025
26.1 C
Bhubaneswar

ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ମେଦବହୁଳତାର ଚିକିତ୍ସା – ବାରିଏଟ୍ରିକ୍ ଏଣ୍ଡୋସ୍କୋପି

ଡେସ୍କ: ମେଦବହୁଳତାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଆଉ ଓଡ଼ିଶା ବାହାରକୁ ଯିବା ଯିବାର ଆବଶ୍ୟକତା ପଡ଼ିବ ନାହିଁ। ଭୁବନେଶ୍ବର ସହିଦ ନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ୍ ଲିଭର ସାଇନ୍ସରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ଆଧୁନିକ ବାରିଏଟ୍ରିକ୍ ଏଣ୍ଡୋସ୍କୋପି ସେବା। ଓଡ଼ିଶାରେ ଏହା ପ୍ରଥମ ଥର ପାଇଁ ଆରମ୍ଭ ହେବ।

ଚନ୍ଦ୍ରଭାନୁ ଶତପଥୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶୁଭାରମ୍ଭ ହୋଇଥିବା ସାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ୍ ଲିଭର ସାଇନ୍ସରେ ପେଟ ଓ ଲିଭର ରୋଗର ନିରୂପଣ ଏବଂ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ଉପକରଣ ଓ ସେବା ଉପଲବ୍ଧ। ଉନ୍ନତମାନର ରୋଗୀସେବା ତଥା ବିଭିନ୍ନ ଜଟିଳ ପେଟ ରୋଗ ନିରୂପଣ କ୍ଷେତ୍ରରେ ଏହା ସମଗ୍ର ପୂର୍ବ ଭାରତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ବର୍ତ୍ତମାନ ଏଠାରେ ଏହି ଅତ୍ୟାଧୁନିକ ବାରିଏଟ୍ରିକ୍ ଏଣ୍ଡୋସ୍କୋପି ସେବା ମିଳିବ।

- Advertisement -

ଗ୍ୟାଷ୍ଟ୍ରୋଏଣ୍ଟୋଲୋଜିଷ୍ଟ ଡା. ସୋନମୁନ୍ ମହାପାତ୍ରଙ୍କ ମେଡିକାଲ ପାଠପଢା ଓ ଗବେଷଣା ଆମେରିକାରେ ହୋଇଛି। ବିଶ୍ବ ପ୍ରସିଦ୍ଧ ମାୟୋ କ୍ଲିନିକରେ ସେ ଦୁଇବର୍ଷ ଧରି ଅତ୍ୟାଧୁନିକ ବାରିଏଟ୍ରିକ୍ ଏଣ୍ଡୋସ୍କୋପି ଉପରେ ପୂର୍ଣ୍ଣ ପ୍ରଶିକ୍ଷଣ ନେଇଛନ୍ତି। ସାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ୍ ଲିଭର ସାଇନ୍ସର ନିର୍ଦେଶକ ପ୍ରଖ୍ୟାତ ପେଟ ଓ ଲିଭର ରୋଗ ବିଶେଷଜ୍ଞ ଡା. ଆଶୁତୋଷ ମହାପାତ୍ର କହିଛନ୍ତି, ମେଦବହୁଳ ରୋଗୀ ଏହି ସେବା ପାଇବା ପାଇଁ ନିଜର ନାମ ପଞ୍ଜୀକରଣ କରିବାକୁ ପଡ଼ିବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories