www.samajalive.in
Sunday, December 7, 2025
18.1 C
Bhubaneswar

ଚନ୍ଦ୍ରାୟନ-୩ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାକ୍ତନ ଛାତ୍ରଙ୍କ ଭୂମିକା

କେନ୍ଦୁଝରଗଡ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡର ପ୍ରାକ୍ତନ ଛାତ୍ର ଅଟଳକୃଷ୍ଣ ଖଟୁଆ ଚନ୍ଦ୍ରାୟନ-୩ ସଫଳତାର ଅନ୍ୟତମ ସଦସ୍ୟ ହୋଇଥିବାରୁ ସଫଳତା ଲାଭ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଓ ପରିଚାଳନା ସମିତି ମହଲରେ ଖୁସିର ଲହରୀ ଖେଳିଯାଇଛି। ଅଟଳ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ ପରେ୨୦୧୨ ମସିହାରୁ ଇସ୍ରୋ ବୈଜ୍ଞାନିକ ଭାବେ ଯୋଗଦାନ କରିଥିଲେ। ଇସ୍ରୋରେ ୧୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ଅବସରରେ ସେ କ୍ରାଏଜୋନିକ ଷ୍ଟେଜ ଓ ଥର୍ମାଲ ପ୍ରୋଟେକ୍ସନ ସିଷ୍ଟମରେ ସ୍ପେସସ୍କ୍ରାପ୍ଟ କିପରି ବିଭିନ୍ନ ତାପମାତ୍ରାରେ ସଠିକ୍‌‌ ଭାବେ କାର୍ଯ୍ୟ କରିବ ସେହି ଦାୟିତ୍ୱ ତୁଲାଇଥିଲେ, ଯାହାକି ଚନ୍ଦ୍ରାୟନ-୩ ଯାତ୍ରା ପାଇଁ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଇଂ ଅମରବର ଖଟୁଆ ଓ ଅଧ୍ୟାପିକା ସରୋଜିନୀ ଖଟୁଆଙ୍କ ସୁପୁତ୍ର ଅଟଳ ପିଲାଟିଦିନୁ ବିଜ୍ଞାନ ପ୍ରତି ରୁଚି ଥିବାରୁ ବିଦ୍ୟାଳୟସ୍ତରରେ ବିଜ୍ଞାନମେଳାରେ ପ୍ରତିବର୍ଷ କୃତିତ୍ୱରେ ସହ ସଫଳ ହୋଇଥାନ୍ତି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ପରିଚାଳନା ସମିତି ପକ୍ଷରୁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories