କାମାକ୍ଷାନଗର: ପଦବୀ ପାଇବା ପାଇଁ ଆଇନ ନିୟମ ମଧ୍ୟ ମାନିଲେ ନାହିଁ। ନିଜର ତିନିଗୋଟି ସନ୍ତାନ ସନ୍ତତି ଥିବା ସୁଦ୍ଧା ପଞ୍ଚାୟତ ନିର୍ବାଚନରେ ଠିଆ ହେଲେ ଏବଂ ଜିତିଲେ ମଧ୍ୟ କିନ୍ତୁ ନ୍ୟାୟାଳୟ ଆଗରେ ନିଜର ସତ୍ୟତାକୁ ଲୁଚାଇ ପାରିଲେ ନାହିଁ।୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀରେ ନିର୍ବାଚନ ଲଢି ୧୪୭ ଖଣ୍ଡ ଭୋଟରେ ବିଜୟୀ ହୋଇ ଝିଲ୍ଲୀ ପ୍ରଭା ବେହେରା ସରପଞ୍ଚ ହୋଇଥିଲେ। କିନ୍ତୁ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଅଭିଯୋଗ କ୍ରମେ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏପରି ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଏକତାଳୀ ପଞ୍ଚାୟତରେ। ଏକତାଳୀ ପଞ୍ଚାୟତ ସରପଞ୍ଚ ଝୀଲିପ୍ରଭା ବେହେରା ଗତ ପଞ୍ଚାୟତ ନିର୍ବାଚନରେ ୧୪୭ ଖଣ୍ଡ ଭୋଟରେ ବିପକ୍ଷ ଦେବାଶ୍ରୀଙ୍କଠାରୁ ଜିତି ସରପଞ୍ଚ ପଦବୀରେ ନିର୍ବାଚିତ ହୋଇଥିଲେ। କିନ୍ତୁ ନିତ ସତ୍ୟପାଠରେ ତାଙ୍କର ଦୁଇଟି ସନ୍ତାନ ଥିବା ଦର୍ଶାଇଥିଲେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କୌଣସି ସୂତ୍ରରୁ ଖବର ପାଇ ପରାଜିତ ପ୍ରାର୍ଥୀନି ଦେଵଶ୍ରି ଦାସ ବିଜୟୀ ସରପଞ୍ଚଙ୍କର ତିନୋଟି ସନ୍ତାନ ଥିବା ଖବର ପାଇଁ ଭୁବନ ସିଭିଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ବିଗତ ୧୭ ମାସ ନେଇ ଉଭୟ ପକ୍ଷର ସମସ୍ତ ସାକ୍ଷପ୍ରମାଣ ପାଇ ସାରିବା ପରେ ଆଜି ସରପଞ୍ଚ ଝୀଲିପ୍ରଭା ବେହେରାଙ୍କୁ ଅଯୋଗ୍ୟ ଘୋଷଣା କରି ସରପଞ୍ଚ ପଦରୁ ବହିଷ୍କାର କରିବା ସହିତ ନିର୍ବାଚନରେ ପରାଜିତ ହୋଇଥିବା ପ୍ରତିଦ୍ବନ୍ଦୀ ଦେବଶ୍ରୀ ଦାଶଙ୍କୁ ସରପଞ୍ଚ ପଦର ଦାୟିତ୍ୱ ନେବା ପାଇଁ ନିର୍ଦେଶ ଦେଇଛନ୍ତି।
Popular Categories



