www.samajalive.in
Sunday, December 7, 2025
18.1 C
Bhubaneswar

ଘୁଗୁରା ବଡ ଜୋରରୁ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଗୋଡଭଗା ଫାଣ୍ଡି ଅଧିକାରୀ କୈଳାସ ପ୍ରଧାନ ତଥା ଫାଣ୍ଡିର କର୍ମଚାରୀ ଲହଣ୍ଡା ଶିବ ମନ୍ଦିର କଡ ଦେଇ ଯାଇଥିବା ଶାଖା କେନାଲର ଦେଢ଼ କିମି ଦୂରରେ ଘୂଗୁରା ବଡ ଜୋର୍ ନିକଟରେ ଏକ ଅଜଣା ବୃଦ୍ଧାର ଗଳିତ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଶବ ଭାସି ଆସି ଲତାବୁଦାରେ ଅଟକି ରହି ଥିବା ଦେଖି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ପରେ ଘଟଣାଟି ପୋଲିସ ଫାଣ୍ଡିରେ ପହଞ୍ଚିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଶବକୁ ଉଦ୍ଧାର କରିଛି।କିନ୍ତୁ ଶବଟି ପାଣିରେ ପଚି ସଢ଼ି ନଷ୍ଟ ହୋଇ ଯାଇଥିଲା। ଚିହ୍ନି ହେଉ ନଥିଲା। ଶବଟିକୁ ଦେଖିଲେ ଦୁଇ ଚାରି ଦିନର ଭଳି ଜଣା ପଡୁଥିଲା। ଏହାର ତଦନ୍ତ ପାଇଁ ସମ୍ବଲପୁରର ବୈଜ୍ଞାନିକ ଦଳକୁ ଡକl ଯାଇଥିଲା। ସେମାନେ ପହଞ୍ଚି ଶବକୁ ଦେଖିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories