www.samajalive.in
Sunday, December 7, 2025
18.1 C
Bhubaneswar

ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କ ସ୍ମୃତିଚାରଣ, ୩ ଜଣଙ୍କୁ ‘ମାତୃସମ୍ମ।ନ ‘ପ୍ରଦାନ

ନବରଙ୍ଗପୁର: ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ୧୬ ତମ ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମାତୃ ଆଶ୍ରୟ ଆଶ୍ରମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ବାର୍ଷିକ ଉତ୍ସବ ପାଳନ ହୋଇଛି। ଏହି ଅବସରରେ ୧୩ ତମ ‘ମାତୃ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନବରଙ୍ଗପୁର ଜିଲା ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ସେବିକା ସେବତୀ ସାହୁ, ସ୍ଵାଧୀନତା ସଂଗ୍ରାମୀଙ୍କ କନ୍ୟା ଲକ୍ଷ୍ମୀ ମାଝୀ, ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର ପ୍ରାପ୍ତ ନବରଙ୍ଗପୁର ଲାଖ କାରିଗରୀ ସୁଶ୍ରୀ ପ୍ରଭାତୀ ପାତ୍ର। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଶିଷ୍ଟ ଲେଖିକା ଜେମାମଣି ବିଷୋୟୀଙ୍କୁ ‘ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ମହାଙ୍କୁଡ ସ୍ମୁତି ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏଥିରେ ସଂଗ୍ରାମ ତଥା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ବହୁ ପୁରାତନ ଇଂରେଜ ଶାସନ ସମୟର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅମଳର କୀର୍ତ୍ତିରାଜି ଫୋଟ ଓ ଅନ୍ୟାନ୍ୟ ସେ ସମୟର ଚରଖା ଠାରୁ ଆରମ୍ଭ କରି ପ୍ରାୟ ୫ ହଜାର ଫୋଟ ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିଲା। ଜିଲାପାଳ ଡ଼ଃ.କମଳ ଲୋଚନ ମିଶ୍ର ଫୋଟ ପ୍ରଦର୍ଶନୀକୁ ଉଦଘାଟନ କରିଥିବା ବେଳେ ନବରଙ୍ଗପୁର ସାଂସଦ, ବିଧାୟକ ଓ ପୌରପାଳଙ୍କ ସମେତ ନବରଙ୍ଗପୁରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଦୀପ ପ୍ରଜ୍ବଳନ କରି ସ୍ବର୍ଗତ ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ୨୦୨୩ ମସିହା କ୍ରାନ୍ତି ମଶାଲ ପ୍ରଜ୍ବଳନ କରିଥିଲେ। ସନ୍ଧ୍ୟାରେ ନାଟକ “ଟୁରୀ ନଦୀର ଅନ୍ତର କଥା” ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ପରିବେଷଣ କରା ଯାଇଥିଲା।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories