www.samajalive.in
Sunday, December 7, 2025
26.1 C
Bhubaneswar

ସମୁଦ୍ରରେ ବୋହିଗଲା ୨ ଟନ୍‍ ତେଲ

ଚେନ୍ନାଇ: ଏକ ଜାହାଜର ଟ୍ୟାଙ୍କରରୁ ୨ ଟନ୍‍ ଓଜନର ତେଲ ସମୁଦ୍ର ପାଣିରେ ମିଶିଯାଇଛି। ଉତ୍ତର ଚେନ୍ନାଇ ନିକଟ ବନ୍ଦରରେ ଗତ ରବିବାର ଘଟିଛି ଏହି ଘଟଣା। ଏଥିଯୋଗୁଁ ସାମୁଦ୍ରିକ ଜୀବଜନ୍ତୁ ଓ ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ତେବେ ଯୁଦ୍ଧାକାଳୀନ ଭିତ୍ତିରେ ଏହାର ନିରାକରଣ କରାଯାଉଥିବା ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ରବିବାର ସକାଳେ ଇନୋରଠାରେ ଥିବା କାମରାଜର ପୋର୍ଟରେ ଜାହାଜରୁ ତେଲ ଖଲାସ କରିବା ବେଳେ ଏମ୍‍ଟି କୋରାଲ୍‍ ଷ୍ଟାର ନାମକ ଏକ ଟ୍ୟାଙ୍କରର ହୋସ୍‍ ପାଇପ୍‍ ଫାଟି ଯାଇଥିଲା। ଏ ସମ୍ପର୍କରେ ସୂଚନା ପାଇ କର୍ତ୍ତୃପକ୍ଷ ପାଇପ୍‍ ମରାମତି କରିଥିଲେ। କିନ୍ତୁ ସେତେବେଳକୁ ପ୍ରାୟ ୨ଟନ୍‍ ତେଲ ସମୁଦ୍ର ପାଣିରେ ମିଶିଯାଇଥିବା କୁହାଯାଉଛି। ଭାରତୀୟ ତଟରକ୍ଷୀ ବାହିନୀ ଓ ନୌବାଣିଜ୍ୟ ବିଭାଗର ଅଧିକାରୀମାନେ ସ୍ଥିତି ଯାଞ୍ଚ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ସମୁଦ୍ରରେ ମିଶିଥିବା ତେଲ ପୁନରୁଦ୍ଧାର କରାଯାଇପାରିବ ବୋଲି ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଠିକ୍‍ ଏହି ସ୍ଥାନରେ ୨୦୧୭ ଜାନୁଆରୀ ମାସରେ ଅନୁରୂପ ଘଟଣା ଘଟିଥିଲା। ଦୁଇଟି ଜାହାଜ ମଧ୍ୟରେ ଧକ୍ମା ହେବା ଫଳରେ ବିପୁଳ ପରିମାଣର ତେଲ ସମୁଦ୍ରରେ ମିଶିଯାଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories