www.samajalive.in
Tuesday, December 9, 2025
17.1 C
Bhubaneswar

ଲୁଣ ସହ ଜଡିତ ଏହି ଉପାୟ; ସୌଭାଗ୍ୟରେ ବଦଳିବ ଦୁର୍ଭାଗ୍ୟ

ଅନେକ ଥର ବାରମ୍ବାର ଚେଷ୍ଟା କରିବା ସତ୍ତେ୍ୱ ସଫଳତା ମିଳିପାରିନଥାଏ। ଟଙ୍କା ସଞ୍ଚୟ ହୋଇ ପାରିନଥାଏ। ଲୁଣ ବିନା ଖାଦ୍ୟ ସ୍ୱାଦହୀନ। ମାତ୍ର କେବଳ ଖାଦ୍ୟ ପ୍ରସ୍ତୁତି ପାଇଁ ନୁହେଁ ବରଂ ବାସ୍ତୁ ଶାସ୍ତ୍ରରେ ଲୁଣ ସହ ଜଡିତ ଅନେକ ଉପାୟ ମଧ୍ୟ ବର୍ଣ୍ଣନା କରାଯାଇଛି। ଲୁଣ ସହ ଜଡିତ ଅନେକ ଉପାୟ ବର୍ଣ୍ଣନା କରାଯିବା ସହ ଏହାର ପାଳନ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।
ପାଣିରେ ଲୁଣ ପକାଇ ଘର ପୋଛା ମାରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ କଳହ ହୋଇନଥାଏ। ସଫଳତା ପାଇବାକୁ ଇଚ୍ଛା ଥିଲେ, ପାଣିରେ ଲୁଣ ପକାଇ ନିଶ୍ଚୟ ପୋଛନ୍ତୁ। ଏହାଦ୍ୱାରା ର୍ଦୁଭାଗ୍ୟ ଦୂର ହୋଇଥାଏ।
ଘରେ ଅଧିକ ଦିନ ଯାଏଁ ପରିବାର ସଦସ୍ୟଙ୍କ ରୋଗ ଲାଗି ରହୁଥିଲେ। ସେହି ବ୍ୟକ୍ତିଙ୍କ ବିଛଣା ତଳେ ଏକ କାଚ ବୋତଲରେ ପାଣିରେ ଲୁଣ ପକାଇ ରଖନ୍ତୁ।
ଲୁଣ ଡବାରେ ଏକ ଲବଙ୍ଗ ପକାଇ ରଖନ୍ତୁ। ଏହି ଉପାୟକୁ ଆପଣାଇବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ସ୍ନାନ କରିବା ସମୟରେ ସାମାନ୍ୟ ଲୁଣ ପାଣିରେ ପକାଇ ସ୍ନାନ କରିବା ଦ୍ୱାରା ଆଳସ୍ୟ ଦୂର ହୋଇଥାଏ। ସତେଜ ଅନୁଭବ ହେବା ସହ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ।
ପତି-ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ,ଘରେ ଅଶାନ୍ତି ଲାଗି ରହୁଥିଲେ ଏକ କାଚପାତ୍ର କିମ୍ବା ଗ୍ଲାସରେ ଲୁଣ ରଖି ଏହାକୁ ଶୟନ କକ୍ଷରେ ରଖନ୍ତୁ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହେବା ସହ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ। ଦମ୍ପତିଙ୍କ ମଧ୍ୟରେ କଳହ ହୋଇନଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories