www.samajalive.in
Sunday, December 7, 2025
23.1 C
Bhubaneswar

ରାଜରାସ୍ତା ପାଲଟିଛି ଗୁହାଳ, ଦୁର୍ଘଟଣାରେ ଯାଉଛି ଗାଈଗୋରୁଙ୍କ ଜୀବନ

ସମ୍ବଲପୁର: ସମ୍ବଲପୁର ସହରର ପ୍ରତି ରାସ୍ତା ଓ ଗଳିକନ୍ଦିରେ ବୁଲା ଗାଈଗୋରୁ ଘୂରି ବୁଲୁଥିବା ବେଳେ ରାଜରାସ୍ତା ସେମାନଙ୍କର ବାସସ୍ଥଳୀ (ଗୁହାଳ) ପାଲଟିଛି। ଗାଈ ଗୋରୁ ମାଲିକ ମାନେ କ୍ଷୀର ଦୁହିଁବା ସମୟରେ ସେମାନଙ୍କୁ ଘରକୁ ନେବା ଏବଂ କ୍ଷୀର ଦୁହିଁବା ପରେ ପୁର୍ନବାର ରାସ୍ତା ଉପରେ ଛାଡି ଦେଉଛନ୍ତି। ଏଣୁ ଏବେ ସମ୍ବଲପୁରର ପ୍ରତ୍ୟେକ ଗଳି କନ୍ଦି, ରାଜରାସ୍ତା, ଜାତୀୟ ରାଜପଥ ଗୁଡିକୁ ଗାଈଗୋରୁ ମାନେ ସେମାନଙ୍କର ଗୁହାଳ କରି ଦେଇଛନ୍ତି। ପୂର୍ବରୁ ଜନସଂଖ୍ୟା ଓ ଜବରଦଖଲକୁ ଧ୍ୟାନରେ ନେଲେ ସହର ମଧ୍ୟରେ ଯାତାୟାତ ପାଇଁ ରାସ୍ତା ଗୁଡିକ ଆବଶ୍ୟକତା ଠାରୁ ବେଶ ଛୋଟ ରହିଛି। ଗାଈଗୋରୁ ମାନେ ଦିନରାତି ରାସ୍ତା ଉପରେ ବସି ରହିବା ଦ୍ୱାରା ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଫଳରେ ଜନତାଙ୍କ ଯାତାୟାତରେ ବେଶ ଅସୁବିଧା ହେବା ସହିତ ଗାଈଗୋରୁ ଓ ଲୋକ ମାନଙ୍କ ଧନଜୀବନ ଅନେକ ସମୟରେ ହାନି ହେଉଛି। ଦିନ ହେଉ କିମ୍ବା ରାତ୍ରି ସମୟ ହେଉ ଗାଈଗୋରୁ ମାନେ ରାସ୍ତା ଉପରେ ଶୋଇ ରହୁଥିବାରୁ ଯାନବାହାନ ଗୁଡିକ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି ଏବଂ ଉଭୟ ପଶୁ ଓ ଗାଡି ଚାଳକ ମାନେ ମଧ୍ୟ ଆହତ ହେଉଛନ୍ତି। ଏଭଳି ଏକ ଘଟଣାରେ ସମ୍ବଲପୁରର ଜଣେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ସ୍ଥାନୀୟ କମଳିବଜାର ରାମଜୀ ମନ୍ଦିର ନିକଟରେ ଅଚାନକ ଏକ ଗାଈ ସମ୍ମୁଖକୁ ଆସିଯିବାରୁ ସେ ଦୁର୍ଘଟଣାର ଶିକାର ହୋଇ ଖଣ୍ଡିଆ ଖାବରା ହୋଇଥିଲେ।

ଦିନକୁ ଦିନ ସ୍ଥିତି ଶୋଚନୀୟ ହୋଇ ପଡୁଥିବା ବେଳେ କିନ୍ତୁ ପ୍ରଶାସନ ନାଭିରେ ତେଲ ଦେଇ ଶୋଇଛି। ଦୁଇ ଦିନ ତଳେ ଅଇଁଠାପାଲି ଅଞ୍ଚଳର ମହାନଦୀ ବିହାର ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ଠାରେ ଏକ ବାଇକରେ ଦୁଇ ଜଣ ଯୁବକ ଆସୁଥିବା ବେଳେ ରାସ୍ତା ଉପରେ ଶୋଇଥିବା ଏକ ଗାଈ ସହିତ ଧକ୍କା ହୋଇଥିଲେ। ଫଳରେ ଉଭୟ ଯୁବକଙ୍କ ସହିତ ଗାଈଟି ମଧ୍ୟ ଆହତ ହୋଇଥିଲା। ଉଦ୍ଧାରକାରୀ ମାନେ ତୁରନ୍ତ ଯୁବକଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଯାଇଥିବା ବେଳେ ଆହତ ଗାଈକୁ ମହାନଦୀ ବିହାରର ପ୍ରବେଶ ରାସ୍ତାର କଡରେ ରଖି ଦେଇ ଚାଲି ଯାଇଥିଲେ। ଏହା ପରେ ଅତ୍ୟନ୍ତ ଦୁରାବସ୍ଥା ଓ ଅସହାୟ ହୋଇ ପଡ଼ିଥିବା ଗାଈର ଚିକିତ୍ସା ପାଇଁ ସ୍ଥାନୀୟ ପଶୁପ୍ରେମୀ ଅମତି ଚାଟାର୍ଜୀ ବାରମ୍ବାର ମହାନଗର ନିଗମର ବିଭିନ୍ନ ଦାୟିତ୍ୱବାନ କର୍ମଚାରୀ ଓ ଅଧିକାରୀଙ୍କ ଫୋନ କରିଥିଲେ ସୁଦ୍ଧା କେହି ଶୁଣି ନ ଥିଲେ। ଏଣୁ ରବିବାର ଗାଈଟି ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଛି। ଏଥି ସହ ଧିରେ ଧିରେ ମୃତ ଗାଈର ଦେହ ପଚିବା ଆରମ୍ଭ କରିଥିବାରୁ ଅଞ୍ଚଳବାସୀ ଏବେ ଦୂର୍ଗନ୍ଧ ମଧ୍ୟରେ ରହିବାକୁ ବାଧ୍ୟ ହେଉଛନ୍ତି।

- Advertisement -

ଏଠାରେ ଧ୍ୟାନଯୋଗ୍ୟ ଯେ, ରାସ୍ତା ଉପରେ ଗାଈଗୋରୁ ଦୁର୍ଘଟଣାରେ ଆହତ ହେଲେ ସୁଦ୍ଧା ନିଜର ଗାଈଗୋରୁ ବୋଲି ମାଲିକ ମାନେ ଦାବି କରୁ ନାହାନ୍ତି। ଯଦି କୌଣସି ବଡ ଗାଡିର ଧକ୍କାରେ ଗାଈ ଦୁର୍ଘଟଣାରେ ମୃତ୍ୟୁବରଣ କରିଲେ ମାଲିକ ଆସି କ୍ଷତିପୁରଣ ଦାବୀ କରିଥିବାର ମଧ୍ୟ ନଜୀର ରହିଛି। ସହରରେ ବହୁ ଗାଈଗୋରୁ ମାନେ ନିଗମ ଦ୍ୱାରା ପଞ୍ଜିକୃତ ହୋଇଥିବା ବେଳେ କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ନିଗମ କତ୍ତୃପକ୍ଷ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ନିୟମାନୁଯାୟୀ ଗାଈଗୋରୁର ମାଲିକ ମାନେ ପଶୁ ମାନଙ୍କୁ ଘରେ ଗୁହାଳରେ ବାନ୍ଧି ରଖିବାର ନିୟମ ରହିଥିବା ବେଳେ ସିଂହଭାଗ ମାଲିକ ମାନେ ତାହା ମାନୁ ନାହାନ୍ତି। ଏଥି ସହ ନିଗମର ଗାଈଗୋରୁ ମାନଙ୍କର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଅଭାବ ଯୋଗୁଁ ସମସ୍ୟାର ଅନ୍ତ ହେବା ଅପେକ୍ଷା ଦିନକୁ ଦିନ ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି। ସହରବାସୀଙ୍କ ଅଭିଯୋଗ ଅନୁଯାୟୀ, ନିଗମ ପାଖରେ ସିଂହଭାଗ ଗାଈଗୋରୁର ମାଲିକଙ୍କ ତଥ୍ୟ ଥିବା ବେଳେ କିଛି ଅଧିକାରୀ ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ନିମନ୍ତେ କଠୋର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତୁ ଥିବା ବେଳେ କାଁଭାଁ ତାଗିଦା ଦେଇ ଚୁପ ପଡ଼ି ଯାଉଛନ୍ତି। ଏଣୁ ଗାଈଗୋରୁ ମାଲିକ ମାନେ ନିୟମକୁ ମାନୁ ନାହାନ୍ତି। ପଶୁ ସମ୍ପଦ ଓ ଗୋ ସୁରକ୍ଷା ନାମରେ ଅନେକ ସଙ୍ଗଠନ ଓ ପ୍ରଶାସନ ଡିମଡିମ ପିଟୁଥିବା ବେଳେ ପ୍ରକୃତ କ୍ଷେତ୍ରରେ ତାହା ପ୍ରତିଫଳିତ ହେଉ ନ ଥିବାରୁ ସମ୍ବଲପୁରରେ ଉଭୟ ଗୋ ସମ୍ପଦ ସହିତ ଜନତା ସଙ୍କଟ ମଧ୍ୟରେ ଗତି କରିବାକୁ ବାଧ୍ୟ ହେଉଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories