www.samajalive.in
Tuesday, December 9, 2025
16.1 C
Bhubaneswar

ବୋମାମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତର ଅମୃତମଣୋହିପାଟଣା ଗ୍ରାମରେ ଗତ ବୁଧବାର ଶାସକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ବୋମାମାଡ ଭଳି ଅଭାବନୀୟ ଘଟଣା ଘଟିଥିଲା। ଏହି ଗୋଷ୍ଠୀ ସଂଘର୍ଷରେ ୩ ଜଣ ଆହତ ହୋଇଥିଲେ। ଉଭୟ ଗୋଷ୍ଠୀ ପକ୍ଷରୁ ଆଠଗଡ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିଲା। ଶାନ୍ତିଲତା ଜେନାଙ୍କ ଅଭିଯୋଗ ଆଧାରରେ ଥାନା କେଶ ନଂ ୧୬୮/୨୩ ଏବଂ ଗୁଣନିଧି ଜେନାଙ୍କ ଅଭିଯୋଗରେ ନଂ ୧୬୯ /୨୩ ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା। ଶନିବାର ପୁଲିସ ମୁଖ୍ୟ ଅଭିଯୁକ୍ତ ଅମୃତମଣୋହିପାଟଣା ଗ୍ରାମର ସ୍ବର୍ଗତ ସୁଧାକର ମନ୍ତ୍ରୀଙ୍କ ପୁତ୍ର ଅରିଶ ମନ୍ତ୍ରୀଙ୍କୁ ଅଟକ ରଖି ପୁଲିସ ଅଧିକାରୀ ପଚରାଉଚୁରା ଜାରି ରଖିଥିଲେ। ରବିବାର ଅରିଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏବଂ ଅରିଶ ନାମରେ ଏକାଧିକ ଅପରାଧିକ ମାମଲା ଥିବା ଆଠଗଡ ଥାନାର ଭାରପ୍ରାପ୍ତ ଆଇଆଇସି ବିଶ୍ବଜିତ ଜେନା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଗତ ୧୧ ତାରିଖରେ ପୋଲିସ ଉଭୟଙ୍କ ଗୋଷ୍ଠୀର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଗିରଫ ଅଭିଯୁକ୍ତ ହେଲେ ରୁଷିଆ ଓରଫ କିଶୋର କୁମାର ଜେନା ଓ ମହେଶ୍ବର ଓରଫ ପ୍ରସନ୍ନ ଜେନା।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories