www.samajalive.in
Sunday, December 7, 2025
26.1 C
Bhubaneswar

ଜିଲା ଦାବୀ ନେଇ ୧୭ରେ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼: ଦୀର୍ଘ ୩୧ ବର୍ଷ ଧରି ଟିଟିଲାଗଡ଼ ଜିଲ୍ଲା ଆନ୍ଦୋଳନ ଦିନକୁ ଦିନ ତେଜୀୟାନ ହେବାରେ ଲାଗିଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୫-ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟ ସାରା ଗସ୍ତ କରୁଛନ୍ତି। ଟିଟିଲାଗଡ଼ ଆସି ଏକ ବଡ଼ ସଭା କରିଥିଲେ। ହେଲେ ଟିଟିଲାଗଡ଼ ଜିଲ୍ଲା ନେଇ ପଦୁଟିଏ କହିଲେ ନାହିଁ। ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫-ଟି ସଚିବଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ। ପୂର୍ବରୁ ମଧ୍ୟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଦୁଇ ଥର ଜିଲ୍ଲା ଦାବି ନେଇ ଦୁଇ ଥର ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦୀର୍ଘ ୧୩୬ ଦିନ ଧରି ଟିଟିଲାଗଡ଼ ଜିଲ୍ଲା ନେଇ ଦୁର୍ବାର ଆନ୍ଦୋଳନ ହୋଇଥିଲା। ଉପଖଣ୍ଡ ଅଞ୍ଚଳର ଆଇନଜୀବୀ କୋର୍ଟ କାର୍ଯ୍ୟ ବର୍ଜନ କରିଥିଲେ। ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦିଆଯାଇଥିଲା। ଅନେକ ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ। ୧୩୬ ଦିନ ଧରି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ଜାରି ରହିଥିଲା। ହେଲେ ଜିଲ୍ଲା ଘୋଷଣା ହେଲା ନାହିଁ। ବର୍ତ୍ତମାନ ପୁଣି ନିର୍ବାଚନ ମୁଣ୍ଡ ଉପରେ। ହେଲେ ସରକାରୀ ସ୍ତରରେ ଟିଟିଲାଗଡ଼ ଜିଲ୍ଲା ନେଇ କୌଣସି ସହମତି ବା ଅସହମତି ସୂଚନା ମିଳିନାହିଁ। ଏହାକୁ ନେଇ ରବିବାର ସ୍ଥାନୀୟ ମହାବୀର ଧର୍ମଶାଳାଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଏନେଇ ମାନସ ମନ୍ଥନ କରିଛି। କମିଟି ଆବାହକ ତଥା ଟିଟିଲାଗଡ଼ ବାର ସଂଘ ସଭାପତି କୃଷ୍ଣଚନ୍ଦ୍ର ସାହୁ, ଯୁଗ୍ମ ଆବାହାକ ତଥା ବାର ସମ୍ପାଦକ ମହେଶ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ସଦସ୍ୟ ଯୋଗଦେଇ ଜିଲ୍ଲା ଦାବୀ ନେଇ ନିଜ ମତାମତ ପ୍ରଦାନ କରିଥିଲେ।

ଟିଟିଲାଗଡ଼ ନାଗରିକ କମିଟି ସଭାପତି ରାଧାକାନ୍ତ ପାଢ଼ୀ, ଉପସଭାପତି ପଦ୍ମନାଭ ବେହେରା, ସଂଗଠନ ସମ୍ପାଦକ ମନୋଜ ହାତୀ, ବରିଷ୍ଠ ଆଇନଜୀବୀ ରବିକିରଣ ସ୍ୱାଇଁ, କମ୍ବୁପାଣି ପାଢ଼ୀ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାଶ, ସନ୍ତୋଷ ପ୍ରଧାନ, ବାଳକୃଷ୍ଣ ଷାଣ୍ଢ, ଶେଖର ସିହ୍ନା, ନଗର କଂଗ୍ରେସ କମିଟି ସଭାପତି ଘିନୁ ଆଡ଼ଯୁଆଡ଼, ନଗର ବିଜେପି ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ବିଜେଡି ନଗର ସଭାପତି ରଣଜିତ ପୃଷ୍ଟି, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମୁକେଶ ଜୈନ, ସାଂସଦ ପ୍ରତିନିଧି ଆଲୋକ ନାୟକ, ବରିଷ୍ଠ ବିଜେଡି ନେତା ପ୍ରେମ ଜୈନ, ବ୍ୟବସାୟୀ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋଏଲ, ଲାୟନ୍ସ କ୍ଲବ ସଭାପତି ସନ୍ତୋଷ ମହାନ୍ତି, ବିକାଶ ସେନା ସଭାପତି ଅମ୍ଲାନ ଷଡ଼ଙ୍ଗୀ, ଶେଖର ସିହ୍ନା, ହରପ୍ରତାପ ଦାଶ, ଶେଖର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସର୍ବସମ୍ମତି କ୍ରମେ ଆନ୍ଦୋଳନକୁ ଆହୁରି ତେଜୀୟାନ କରିବା ପାଇଁ ଆସନ୍ତା ୧୭ ଗୁରୁବାର ଦିନ ଟିଟିଲାଗଡ଼ ବନ୍ଦ ପାଳନ ପାଇଁ ଆବାହକ ଶ୍ରୀ ସାହୁ ନିଷ୍ପତ୍ତି ଘୋଷଣା କରିଛନ୍ତି। ଉକ୍ତ ଦିନ ସହରରେ ସମସ୍ତ ସରକାରୀ ବେସରକାରୀ କର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ପ୍ରତିଷ୍ଠାନ, ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ କରାଯିବ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ୧୨ ଘଣ୍ଟିଆ ବନ୍ଦ ବେଳେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଧାରଣା ଦେବା କାର୍ଯ୍ୟକ୍ରମ ରହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories