www.samajalive.in
Sunday, December 7, 2025
23.1 C
Bhubaneswar

ପଂଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ 

କାମାକ୍ଷାନଗର : କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ଆବାହକତ୍ୱ ତଥା କାନପୁରା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଏସ ଏମ ସି ସଭାପତି ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ସଭାପତିତ୍ୱରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପରିଚାଳନା କମିଟି ସଭାପତି ତଥା ବର୍ତ୍ତମାନର ବରିଷ୍ଠ ସଦସ୍ୟ ସୂର୍ୟ୍ୟକାନ୍ତ ବିଶ୍ୱାଳ , ସଦସ୍ୟ ସାରଂଗଧର ରାଉତ , ସଭ୍ୟ ପ୍ରବୀଣ କୁମାର ରାଉତ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ଉପରେ ଆଲୋକପାତ କରିଥିଲେ । ପ୍ରଥମେ ଶିକ୍ଷକ ସୁରେଶ କୁମାର ବିଶ୍ବାଳ ସରକାରଙ୍କ ନୂତନ ଶିକ୍ଷା ପଦ୍ଧତି ତଥା ସାହିତ୍ୟ ସୃଜନି ଉପରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଶିକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା , ଛାତ୍ରଛାତ୍ରୀ ମାନଙ୍କର ବିକାଶରେ ଅଭିଭାବକ ମାନଙ୍କର ସମ୍ପୃକ୍ତି , ସରକାରଙ୍କର ବିଭିନ୍ନ ସୁବିଧା ଉପରେ ଆଲୋକପାତ କରିଥିଲେ । ଅଭିଭାବକ ମାନେ ସ୍ବପ୍ନ ନଦେଖି ବରଂ ଛାତ୍ରଛାତ୍ରୀ ମାନେ ସ୍ୱପ୍ନ ଦେଖି ସାକାର କରିବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷକ ନିରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱ।ଗତ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ପରୀକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷକ ବାନାର୍ଜୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଚନ୍ଦ୍ରମଣି ଲେଙ୍କା , ଧ୍ରୁବଚରଣ ସୁନ୍ଦରାୟ , ରୁଦ୍ରନାରାୟଣ ପରିଡା , ପ୍ରହଲ୍ଲାଦ ସାହୁ , ଦିଲ୍ଲୀପ ଦାଶ , ନିର୍ମଳ କୁମାର ମହାନ୍ତି , ବସନ୍ତ ସାହୁ , ସୌଭାଗ୍ୟ ସାହୁ , ସମରେନ୍ଦ୍ର ନାୟକ , ଚିତ୍ତରଞ୍ଜନ ବିଶ୍ୱାଳ , ଆକାଶ ରାଉତ , ଶିକ୍ଷୟିତ୍ରୀ କବିତା ରାଉତ , ଗୀତା ମହାପାତ୍ର ,ସୁମିତ୍ରା ଜେନା , ପ୍ରଭାତୀ ସାହୁ , ଜୟସ୍ମିତା ରାଉତ , ଶିକ୍ଷା କର୍ମଚାରୀ ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ ,ପ୍ରଶାନ୍ତ ରାଉତ ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories