www.samajalive.in
Sunday, December 7, 2025
16.1 C
Bhubaneswar

ଦ୍ୱିଦିବସୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତା ଉଦଯାପିତ

ସମ୍ବଲପୁର: ସମ୍ବଲପୁରର ନାରିସେବା ସଦନ ଠାରେ ସ୍ୱର୍ଗତ କ୍ରିଡାବିତ ବିଶ୍ୱମ୍ବର ବହିଦାରଙ୍କ ସ୍ମୃତିରେ ଦ୍ୱିଦିବସୀୟ ପାୱାର ଲିଫ୍ଟିଂ ଚାମ୍ପିୟନସିପ ଉଦଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ୧୧ଟି ଜିଲାରୁ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦଯାପନୀ ଉତ୍ସବରେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ବିଧାୟକ ରବି ନାୟକ, କର୍ଣ୍ଣେଲ ପ୍ରଭାତ ପଣ୍ଡା, ଟଙ୍କଧର ତ୍ରିପାଠୀ, ଗିରିଶ ପଟେଲ ଓ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଗତ ମେ ୫ ତାରିଖରେ ସ୍ୱର୍ଗତ ବହିଦାରଙ୍କ ଦେହାନ୍ତ ପରେ ତାଙ୍କର ସ୍ମୃତିରେ ୟଙ୍ଗ ବଏଜ ଏସୋସିଏସନ ଓ ସମ୍ବଲପୁର ଜିଲା ପାୱାର ଲିଫ୍ଟିଂ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମହିଳା ବିଭାଗର ୬୯ କିଗ୍ରାରେ ସଙ୍ଗୀତା ବେହୋ, ୭୬ କିଗ୍ରାରେ ସ୍ମିତାରାଣୀ ବେହେରା, ୮୪ କିଗ୍ରାରେ ଡଲି ପୁସାରୀ, ୮୪ କିଗ୍ରାରେ ପୂଜାରାଣୀ କିଶାନ, ୫୨ କିଗ୍ରାରେ ଶିବାନୀ ସୁନା, ୫୭ କିଗ୍ରାରେ ବନାନୀ ବିଶ୍ୱାସ, ୬୩ କିଗ୍ରାରେ କଲ୍ୟାଣୀ ସିଂ ଏବଂ ପୁରୁଷ ବିଭାଗର ୬୬ କିଗ୍ରାରେ ରାକେଶ ବାଗ, ୧୦୫ କିଗ୍ରାରେ ଜୟନ୍ତ ଚାନ୍ଦ, ୧୨୦ କିଗ୍ରାରେ ଦିବ୍ୟ କୁମାର ବେହେରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉର୍ମିଳା ବେହେରା ମହିଳା ବିଭାଗରେ ଚାମ୍ପିୟନ ଏବଂ ପୁରୁଷ ବିଭାଗରେ ଭାନୁ ପ୍ରତାପ ସିଂ ଚାମ୍ପିୟନ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାୱାର ଲିଫ୍ଟିଂ ପ୍ରତିଯୋଗିତାକୁ ଆହୁରୀ ବିରାଟ ଭାବରେ କରିବା ତଥା ସମସ୍ତ ଖେଳାଳି ମାନେ ଆହୁରୀ ଜାତୀୟସ୍ତରରେ ଉନ୍ନତି କରିବେ ସେଥିପାଇଁ ସେ ସହଯୋଗ କରିବେ ବୋଲି କହିଥିଲେ। ଉଦଯାପନୀ ସଭାକୁ ଅର୍ଚ୍ଚନା ପ୍ରଧାନ ସଂଯୋଜନା କରିଥିବା ବେଳେ ସୁଧିର ରଞ୍ଜନ ବହିଦାର ଓ ସୋମନାଥ ପଟ୍ଟନାୟକ ପରିଚାଳନା କରିଥିଲେ। ବିଚାରକ ରୂପେ ଗୌତମ ଆର୍ଯ୍ୟ, ତରନଦୀପ ସିଂ, ସନ୍ତୋଷ ବାରିକ, ସୁଧିର ପଟ୍ଟନାୟକ ଓ ସୋମନାଥ ପଟ୍ଟନାୟକ ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତାକୁ ଆୟୋଜନ ଓ ପରିଚାଳନାରେ ରାଜା ବରାଳ, ସୁଧିର ପଟ୍ଟନାୟକ ଓ ଉଭୟ ଅନୁଷ୍ଠାନର ସଦସ୍ୟ ମାନେ ସକ୍ରିୟ ସହାୟତା କରିଥିଲେ। ଶେଷରେ ସୁଧିର ରଞ୍ଜନ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories