www.samajalive.in
Sunday, December 7, 2025
16.1 C
Bhubaneswar

ରାଜେଙ୍କ ବିପକ୍ଷରେ ଯଶୱନ୍ତଙ୍କ ପୁଅ ହେବେ କଂଗ୍ରେସ ପ୍ରାର୍ଥୀ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିପକ୍ଷରେ ଝାଲରାପଟନ୍‍ ବିଧାନସଭା ଆସନରେ ବିଜେପିର ପୂର୍ବତନ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ। ଏ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇ ମାନବେନ୍ଦ୍ର କହିଛନ୍ତି ଯେ ଯଶୱନ୍ତ ସିଂହ ଅପମାନ କରି ବିଜେପି ରାଜପୁତଙ୍କୁ ଅପମାନ କରିଛି। ତେଣୁ ଲୋକମାନେ ବିଜେପିକୁ ଆଗାମୀ ନିର୍ବାଚନରେ କଡ଼ା ଉତ୍ତର ଦେବେ। ରାଜେଙ୍କୁ ହରାଇପାରିଲେ ଯଶୱନ୍ତଙ୍କୁ ବିଜେପି କରିଥିବା ଅପମାନର ପ୍ରତିଶୋଧ ମିଳିପାରିବ।
୨୦୧୪ରେ ବାରମେର ଆସନରୁ ଲଢ଼ିବା ପାଇଁ ଯଶୱନ୍ତ ଚାହୁଁଥିଲେ। କିନ୍ତୁ ସେଥିପାଇଁ ବିଜେପି ତାଙ୍କୁ ଟିକେଟ୍‍ ଦେଇନଥିଲା। ଏହାପରେ ଯଶୱନ୍ତ ପାର୍ଟିରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ହାରିଥିଲେ। ଏହାପରେ ଏକ ଦୁର୍ଘଟଣାରେ ସେ ଚାରି ବର୍ଷ ପର୍ଯ୍ୟନ୍ତ କୋମାରେ ରହିଥିଲେ। ସେହିପରି ଯଶୱନ୍ତଙ୍କ ପୁଅ ୍‍ମାନବେନ୍ଦ୍ର ଗତ ସେପ୍ଟେମ୍ବର ୨୨ ତାରିଖରେ ‘କମଲ୍‍ କା ଫୁଲ୍‍ ହମାରି ଭୁ୍‍ଲ୍‍’ ନାରା ଦେଇ ବିଜେପି ଛାଡ଼ିବା ପରେ ଗତ ମାସରେ କଂଗ୍ରେସରେ ଯୋଗ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରର ଭୁଲ୍‍ ଶାସନ ନୀତି ଓ ଦୁର୍ନୀତିରେ କ୍ଷୁବ୍ଧହୋଇ ସେ ଦଳ ଛାଡ଼ିଥିବା କହିଥିଲେ। ବିଜେପି ଛାଡ଼ିବା ବେଳେ ମାନବେନ୍ଦ୍ର କହିଥିଳେ ଯେ ଘର ଛାଡ଼ିବା ସହଜ କଥା ନୁହେଁ। କିନ୍ତୁ ମୋ ଘରେ ବା ଦଳରେ ମୋ କଥା କେହି ଶୁଣିଲେ ନାହିଁ। ଅପରପକ୍ଷରେ ରାହୁଲ୍‍ ମୋତେ ଧୈର୍ଯ୍ୟର ସହିତ ଶୁଣିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories