www.samajalive.in
Tuesday, December 9, 2025
15.1 C
Bhubaneswar

ଆମେରିକାଠାରୁ ବୁଡ଼ା ଜାହାଜ ବିଧ୍ୱଂସୀ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ: ଆମେରିକାଠାରୁ ବୁଡ଼ା ଜାହାଜ ବିଧ୍ୱଂସୀ ହେଲିକପ୍ଟର “ଏମ ଏଚ ୬୦ ରୋମିଓ’ କିଣିବାକୁ ଭାତର ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ ଭାରତକୁ ୨୦୦କୋଟି ଡଲାର ଖର୍ଚ୍ଚ କରିବାକୁ ପଡ଼ିବ। ସମୁଦ୍ର ମଧ୍ୟରେ ବୁଡ଼ା ଜାହାଜକୁ ଠାବ କରିବା ସହ ଏହାକୁ ଧ୍ୱଂସ କରି ପାରୁଥିବା ହେଲିକପ୍ଟର ହାସଲ ପାଇଁ ଭାରତ ଦୀର୍ଘ ଦିନ ଧରି ଉଦ୍ୟମ ଜାରି ରଖିଥିଲା।
ଏ ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ମଧ୍ୟରେ ସିଙ୍ଗାପୁରଠାରେ ଔପଚାରିକ ବାର୍ତ୍ତାଳାପ ସମ୍ପନ୍ନ ହୋଇଯାଇଛି। ଏହି ଆଲୋଚନାର ସଫଳତା ପରେ ଭାରତ ପକ୍ଷରୁ ଆମେରିକାକୁ ଏ ସମ୍ପର୍କରେ ଏକ ପତ୍ର ମଧ୍ୟ ପ୍ରେରଣ କରାଯାଇଛି। ଏହି ପତ୍ରରେ ଭାରତ ଆମେରିକାଠାରୁ ୨୪ଟି ବୁଡ଼ା ଜାହାଜ ବିଧ୍ୱଂସୀ ହେଲିକପ୍ଟର କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛି।
ଚଳିତ ମାସରେ ଆମେରିକା ଓ ଭାରତ ମଧ୍ୟରେ ଯୁଦ୍ଧ ସାମଗ୍ରୀ କ୍ରୟକୁ ନେଇ ଆଲୋଚନା ଜୋର ଧରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିରକ୍ଷା ଭଣ୍ଡାରରେ ଥିବା ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ସମ୍ପର୍କରେ ଭାରତକୁ ଅବଗତ କରାଇବା ସହ ଆବଶ୍ୟକ ସମୟରେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି।
ଭାରତୀୟ ନୌସେନାକୁ ସୁଦୃଢ କରିବା ପାଇଁ ରୋମିଓ ହେଲିକପ୍ଟର ଆବଶ୍ୟକତା ଦୀର୍ଘ ଦିନ ଧରି ଥିଲା। ଆଗାମୀ ଦିନରେ ଭାରତ ନିଜେ ଅନୁରୂପ ୧୨୩ଟି ହେଲିକପ୍ଟର ନିର୍ମାଣ କରିବା ପାଇଁ ଆମେରିକା ସହ ଚୁକ୍ତି କରିବାର ଯୋଜନା ରହିଛି। ରୋମିଓ ହେଲିକପ୍ଟର ଯୁଦ୍ଧପୋତରେ ଅବତରଣ କରି ପାରୁଥିବାବେଳେ ଏହା ସମୁଦ୍ର ମଧ୍ୟରେ ଗୋପନରେ ଭ୍ରମଣ କରୁଥିବା ବୁଡ଼ା ଜାହାଜ ଠାବ କରିବା କ୍ଷେତ୍ରରେ ସଫଳତା ହାସଲ କରିଛି। ରୋମିଓ ହେଲିକପ୍ଟରରେ ଲାଗିଥିବା ଶକ୍ତିଶାଳୀ ରାଡାର ସମୁଦ୍ର ଗର୍ଭରେ ସାମାନ୍ୟ ଚଳପ୍ରଚଳକୁ ସଠିକ ଭାବେ ଠାବ କରିବାରେ ପାରଦର୍ଶିତା ହାସଲ କରିଛି। ଅପରପକ୍ଷରେ ଭାରତୀୟ ସୀମାନ୍ତର ପୂର୍ବ, ପଶ୍ଚିମ ଓ ଦକ୍ଷିଣରେ ସାମୁଦ୍ରିକ ତଟର ସୁରକ୍ଷା ପାଇଁ ଏହି ହେଲିକପ୍ଟର ଆବଶ୍ୟକତା ବ୍ୟାପକ ମାତ୍ରାରେ ରହିଛି ବୋଲି ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories