www.samajalive.in
Tuesday, December 9, 2025
16.1 C
Bhubaneswar

ଚନ୍ଦ୍ରବାବୁଙ୍କ ପଥାଙ୍କରେ ମମତା: ପଶ୍ଚିମବଙ୍ଗରେ ସିବିଆଇର ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ପରେ ଏବେ ପଶ୍ଚିମବଙ୍ଗ ମଧ୍ୟ ସିବିଆଇକୁ ପଶ୍ଚିମବଙ୍ଗରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି। ରାଜ୍ୟରେ ସିବିଆଇର ଜାଞ୍ଚ ଓ ଚଢଉ ଉପରେ କେନ୍ଦ୍ର ରାଜ୍ୟର ସ୍ୱୀକାରୋକ୍ତିକୁ ବାତିଲ କରିଛନ୍ତି ମମଜା ବାନାର୍ଜୀ। ପଶ୍ଚିମବଙ୍ଗ ସଚିବାଳୟର ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ମମତା ସରକାର ଏହି ପ୍ରକ୍ରିୟାକୁ ଆପଣେଇବା ସହ ସିବିଆଇ ଓ ଅନ୍ୟାନ୍ୟ କେନ୍ଦ୍ର ସରକାରଙ୍କ ଏଜେନ୍ସିକୁ କୁ କେନ୍ଦ୍ର ସରକାର ନିଜ ହିତରେ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ୧୯୮୯ରେ ତତ୍କାଳୀନ ବାମ ସରକାର ସିବିଆଇର ତଦନ୍ତ ଉପରେ ସ୍ୱୀକାରୋକ୍ତି ପ୍ରଦାନ କରିଥିଲେ। ତେବେ ଶୁକ୍ରବାର ମମତା ସରକାରଙ୍କ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ଏଣିକି ସିବିଆଇକୁ ରାଜ୍ୟରେ ପ୍ରବେଶ କରିବାକୁ ହେଲେ କୋର୍ଟର ନିର୍ଦେଶ ନଚେତ ଜାଞ୍ଚ କିମ୍ବା ଚଢଉ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ।
ଚନ୍ଦ୍ରବାବୁ ନାଇଡ଼ୁ ଓ ମମତା ରାଜନୈତିକ ଦୃଷ୍ଟିକୋଣରୁ ସମାନ ରାସ୍ତା ଆପଣେଇ ଥିବାବେଳେ ଉଭୟ ଏଭଳି ପଦକ୍ଷେପ ଗ୍ରହଣ କରିବା ପ୍ରଚ୍ଛଦରେ ପୃଥକ ପୃଥକ କାରଣ ଦର୍ଶାଇଛନ୍ତି।
ଚନ୍ଦ୍ରବାବୁ ସିବିଆଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଦୃଷ୍ଟାନ୍ତ କରି ଉକ୍ତ ସଂସ୍ଥା ନିରପେକ୍ଷ ତଦନ୍ତ କରିବା ବିଶ୍ୱାସ ହରାଇଛି ବୋଲି ମତ ଦେଇଥିଲେ। ସେହିପରି ମମତା କେନ୍ଦ୍ର ସରକାର ସିବିଆଇ ଓ ଅନ୍ୟାନ୍ୟ କେନ୍ଦ୍ର ସରକାରୀ ଅନୁଷ୍ଠାନକୁ ନିଜ ହିତ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରି ସ୍ୱୀକାରୋକ୍ତିକୁ ବାତିଲ କରିଛନ୍ତି।
ତେବେ ଆଗାମୀ ଦିନରେ କେବଳ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସିବିଆଇର ପ୍ରବେଶ ଉପରେ ଅଙ୍କୁଶ ଲଗାଉଛନ୍ତି ନା’ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଅନୁରୂପ ପଥ ଆପଣଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories