www.samajalive.in
Sunday, December 7, 2025
26.1 C
Bhubaneswar

ଅଣ୍ଡା ନା କ୍ଷୀର .. କିଏ ବେଶୀ ଉପକାରୀ?

ପ୍ରୋଟିନ୍‌‌ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଜରୁରୀ। ପ୍ରୋଟିନ୍‌‌ ନୂତନ କୋଷିକାକୁ ତିଆରି କରିବା ସହ ପୁରୁଣା କୋଷିକାକୁ ପୁନଃ ତିଆରି କରିବାର କାର୍ଯ୍ୟ କରିଥାଏ। ପ୍ରୋଟିନ୍‌‌ ଅଭାବ ହେବା ଦ୍ୱାରା ଶରୀରରେ ଥକ୍କାପଣ,ଦୁର୍ବଳ ଅନୁଭବ,ମାଂସପେଶୀ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଡାକ୍ତର ମଧ୍ୟ ଖାଦ୍ୟରେ ପ୍ରୋଟିନ୍‌‌ ଜାତୀୟ ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦେଇଥାଆନ୍ତି। କୁହାଯାଏ ଅଣ୍ଡାରେ ସବୁଠାରୁ ଅଧିକ ପ୍ରୋଟିନ୍‌‌ ଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରୋଟିନ୍‌‌ର ଅଭାବ ପୂରଣ କରିବା ପାଇଁ ନିୟମିତ କ୍ଷୀର ପିଇବାକୁ ପରାମର୍ଶ ଦେଇଥାଆନ୍ତି। ଜାଣନ୍ତୁ କ୍ଷୀର ଓ ଅଣ୍ଡା ମଧ୍ୟରୁ କିଏ ଅଧିକ ଉପକାରୀ..
ଏକ ୫୦ ଗ୍ରାମ ଅଣ୍ଡାରେ ୬ ଗ୍ରାମ ପ୍ରୋଟିନ୍‌‌ ରହିଥାଏ। ସେହିପରି ୧୦୦ ଗ୍ରାମ କ୍ଷୀରରେ ୩.୪ ଗ୍ରାମ ପ୍ରୋଟିନ୍‌‌ ରହିଥାଏ। ଅଣ୍ଡାରେ ପ୍ରୋଟିନ୍‌‌ର ମାତ୍ରା ଅଧିକ ଥିବା ଦେଖାଯାଏ। ତେଣୁ ନିଜ ଖାଦ୍ୟରେ ଦୈନିକ ଗୋଟିଏ କିମ୍ବା ୨ଟି ସିଝା ଅଣ୍ଡା ସାମିଲ କରନ୍ତୁ। ଏହା ଶରୀରକୁ ଉପଯୁକ୍ତ ପରିମାଣରେ ପ୍ରୋଟିନ୍‌‌ ପ୍ରଦାନ କରିବା ସହ କେଶକୁ ମଧ୍ୟ ସୁସ୍ଥ ରଖିଥାଏ। ଏହା ହାଡକୁ ମଜଭୂତ କରିବାରେ ସହାୟକ ହୋଇଥାଏ। ତେବେ ଯଦି ଅଣ୍ଡା ଖାଉନଥିବେ କ୍ଷୀର ନିଶ୍ଚୟ ପିଅନ୍ତୁ।
ଆକାରରେ ଛୋଟ ଦେଖାଯାଉଥିବା ଅଣ୍ଡା ଅନେକ ପୋଷକ ତତ୍ତ୍ୱରେ ଭରପୁର। ଗୋଟିଏ ଅଣ୍ଡାରେ ପ୍ରୋଟିନ୍‌‌ ସହ ମିନେରାଲ୍ସ,ଭିଟାମିନ୍‌‌ ଓ ଆଇରନ ରହିଥାଏ।ଏହାସହ ଏଥିରେ ଭିଟାମିନ୍‌‌ ଡି, ଇ,କେ,ବି୬,କ୍ୟାଲସିୟମ ଓ ଜିଙ୍କ୍‌‌ ଉତ୍ତମ ମାତ୍ରାରେ ରହିଥାଏ। ସେହିପରି କ୍ଷୀରରେ ପ୍ରୋଟିନ୍‌‌,ଭିଟାମିନ୍‌‌ ଡି, ପୋଟାସିୟମ, ସେଲେନିୟମ, କ୍ୟାଲସିୟମ ଓ ଭିଟାମିନ୍‌‌ କେ ରହିଛି। ଅଣ୍ଡା ଓ କ୍ଷୀର ଉଭୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଅଣ୍ଡା ଓ କ୍ଷୀର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories