www.samajalive.in
Sunday, December 7, 2025
26.1 C
Bhubaneswar

ବନ୍ଧୁକ ହାତରେ ଚମକିଲା ମେହେନ୍ଦି ; ମହିଳା ମାଓବାଦୀଙ୍କୁ ବିବାହ କରାଇଲା ପୁଲିସ ପ୍ରଶାସନ

ଫୁଲବାଣୀ : ଦିନ ଥିଲା ତାଙ୍କ ହାତରେ ରହିଥିଲା ବନ୍ଧୁକ। ଆଖି ପିଛୁଲାକେ ଗର୍ଜି ଉଠୁଥିଲା ବନ୍ଧୁକ ଏବଂ କେତେଜଣଙ୍କୁ ଯେ ଲହୁଲୁହାଣ କରିଥିଲେ ତାହାର ହିସାବ ନାହିଁ। ମୁଣ୍ଡ ଉପରେ ସରକାର ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ଦୀର୍ଘ ୧୪ ବର୍ଷ ଏପରି ଜଙ୍ଗଲ ପାହାଡରେ ବୁଲି ବୁଲି ଲାଲବାହିନୀର ବାର୍ତ୍ତା ବାଣ୍ଟୁଥିବା କ୍ୟାଡର ନକ୍ସଲ ଜ୍ୟୋତିଙ୍କ ହାତରେ ଏବେ ବନ୍ଧୁକ ବଦଳେ ଦେଖିବାକୁ ମିଳିଛି ମେହେନ୍ଦି ଓ ଚୂଡି ଏବଂ ସୀମନ୍ତରେ ଲାଗିଛି ସିନ୍ଦୁର।
୨୦୧୫ରେ ବୌଦ୍ଧ ଜିଲାରେ ଆତ୍ମସମର୍ପଣ କରିବା ପରେ ଆଜି କନ୍ଧମାଳ ପୁଲିସ ଜ୍ୟୋତିଙ୍କର ବିବାହ ସମ୍ପନ୍ନ କରାଇଛି। ଅସୁମାରୀ ସ୍ୱପ୍ନ ଓ ଆଶା ସହିତ ନୂଆ ଜୀବନରେ ଆଜିଠାରୁ ପାଦ ଦେଇଛନ୍ତି ଜ୍ୟୋତି ମାଡକାମୀ ଓରଫ ଜ୍ୟୋତି। କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡା ବଣ୍ଡେମିଲା ଗାଁର ରାହୁଲ ମଲ୍ଲିକ(୨୨)ଙ୍କ ସେ ହାତ ଧରିଛନ୍ତି। ଗତ ତିନିମାସ ଧରି ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସାକାର ହୋଇଛି ଏବଂ ଆଜି ବିବାହ କରି ନୂଆ ଜୀବନ ଜୀଇଁବାକୁ ଶପଥ ନେଇଛନ୍ତି। ଜ୍ୟୋତିର ଘର ଛତିଶଗଡ ବିଜାପୁର ଜିଲାର ପାଲବାର ଗାଁରେ। ୨୦୧୫ ଅକ୍ଟୋବର ୯ ତାରିଖରେ ବୌଦ୍ଧରେ ଆତ୍ମସମର୍ପଣ କରିଥିଲେ ଜ୍ୟୋତି। ସେ ସିପିଆଇ ମାଓ ସଂଗଠନର କେକେବିଏନ (କଳାହାଣ୍ଡି କନ୍ଧମାଳ-ବୌଦ୍ଧ-ନୟାଗଡ) ଡିଭିଜନର ଏରିଆ କମିଟି ସଦସ୍ୟ ଭାବେ କାମ କରୁଥିଲେ।
କନ୍ଧମାଳ ଜିଲା ପୁଲିସ ଦୁଇଜଣଙ୍କ ବିବାହ ପାଇଁ ପ୍ରସ୍ତୁତି ଚଳାଇଥିଲା। ଆଜି ସ୍ଥାନୀୟ ପୁଲିସ ରିଜର୍ଭ ପଡିଆରେ ଥିବା ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ବୈଦିକ ରୀତିନୀତିରେ ହୋଇଥିଲା ବିବାହ। ମନ୍ତ୍ରପାଠ ସହିତ ହୋମଯଜ୍ଞ ପରେ ଅଗ୍ନିକୁ ସାକ୍ଷୀ ରଖି ମଥାରେ ସିନ୍ଦୁର ଦେଇଥିଲେ ରାହୁଲ। ପରସ୍ପରକୁ ବରଣ ମାଳା ପିନ୍ଧାଇଥିଲେ। ନିଜେ ଏସପି ପ୍ରତୀକ ସିଂ,ଅତିରିକ୍ତ ଏସପି ଉତ୍କଳରଞ୍ଜନ ଦାସ ବିବାହରେ ଉପସ୍ଥିତ ରହିଥିଲେ। ଉପସ୍ଥିତ ବୁଦ୍ଧିଜୀବୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ନବ ଦମ୍ପତି। ଜିଲା ପୁଲିସ ତରଫରୁ ଏସ୍‍ପି ଦମ୍ପତିଙ୍କୁ ଗ୍ୟାସ ଚୂଲା, ପ୍ରେସର କୁକର ସମେତ କିଛି ଅର୍ଥ ମଧ୍ୟ ପ୍ରଦାନ କରିଥିଲେ। ଭୋଜିଭାତରେ ସାମିଲ ହୋଇଥିଲେ ସମସ୍ତେ। ରିଜର୍ଭ ଇନ୍ସିପେକ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ବିବାହରେ ସଂଯୋଜନା ଓ ସହାୟତା କରିଥିଲେ। ଆମେ ଖୁସି ଅଛୁ ଏବଂ ଏକ ନୂଆ ଜୀବନ ଆରମ୍ଭ କରୁଛୁ ବୋଲି ଉଭୟେ ପ୍ରତିକ୍ରିୟାରେ କହିଛନ୍ତି। ସରକାରଙ୍କ ତରଫରୁ ମଧ୍ୟ ତାଙ୍କୁ ଧରିବା ଲାଗି ପୂର୍ବରୁ ଘୋଷଣା କରାଯାଇଥିବା ୪ ଲକ୍ଷଟଙ୍କା ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି ଏବଂ ସେ ଆତ୍ମନିର୍ଭରଶୀଳ ହେବା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ଏସପି କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories