www.samajalive.in
Sunday, December 7, 2025
18.1 C
Bhubaneswar

ଜାଣନ୍ତୁ ଅଅଁଳା ନବମୀର ମହତ୍ତ୍ବ ଓ ପୂଜା ବିଧି !

କାର୍ତ୍ତିକ ମାସର ଅମର ଫଳ ହେଉଛି ଅଅଁଳା । ପୌରାଣିକ ଦୃଷ୍ଟିକୋଣରୁ ଅଅଁଳା ଫଳକୁ ରତ୍ନ ଭଳି ମୂଲ୍ୟବାନ ବୋଲି କୁହାଯାଇଛି । ଶଙ୍କରାଚର୍ଯ୍ୟ ଏହି ଫଳକୁ ସୂର୍ଣ୍ଣରେ ପରିବର୍ତ୍ତିତ କରିଥିଲେ ବୋଲି ମଧ୍ୟ ମାନ୍ୟତା ରହିଛି । କାର୍ତ୍ତିକ ମାସରେ ଅଅଁଳାର ବ୍ୟବହାର ଅନୁକୂଳ ହୋଇଥାଏ ବୋଲି କୁହାଯାଏ । ଏହି ଫଳର ସଠିକ୍ ପ୍ରୟୋଗ ଦ୍ବାରା ଆୟୁ, ସୌନ୍ଦର୍ଯ୍ୟ ଏବଂ ଉତ୍ତମ ସ୍ବ୍ୟସ୍ଥ ପ୍ରାପ୍ତି ହୋଇଥାଏ ।

ଅଅଁଳାରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ । ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ । ଏହି ଫଳକୁ ନିୟମିତ ସେବନ କରିବା ଦ୍ବାରା ରୋଗ ହୋଇନଥାଏ । ଏହା ସହ କେଶ ଲମ୍ବା ହେବା ଓ ଘନ ମଧ୍ୟ ହୋଇଥାଏ । ତ୍ବଚା ନମନୀୟ ଏବଂ ସୁନ୍ଦର ହୋଇଥାଏ ।

- Advertisement -

କାର୍ତ୍ତିକ ଶୁକ୍ଳ ନବମୀ ତିଥିକୁ ଅଅଁଳା ନବମୀ ବୋଲି କୁହାଯାଏ । ଚଳିତ ବର୍ଷ ନଭେମ୍ବର ୧୭ ତାରିଖରେ ଅଅଁଳା ନବମୀ ପର୍ବ ପାଳନ କରାଯିବ ।

ମନ୍ୟତା ଅନୁଯାୟୀ ଏହି ଦିନ ଦ୍ବାପର ଯୁଗର ଆରମ୍ଭ ହୋଇଥିଲା । ଅଅଁଳା ନବମୀର ଗୋଟିଏ ଦିନ ପରେ ଭଗବାନ କୃଷ୍ଣ ଅତ୍ୟାଚାରୀ ମାମୁଁ କଂସର ବଦ୍ଧ କରିଥିଲେ ।

ଏହି ଦିନ ଅଅଁଳା ବୃକ୍ଷ ମୂଳରେ ଭୋଜନ ପ୍ରସ୍ତୁତ କରିବା ଏବଂ ଭୋଜନ କରିବା ବିଶେଷ ଶୁଭ ବୋଲି ମାନ୍ୟତା ରହିଛି ।

ଏହି ଦିନ ପାଣି କଖାରୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।

ଅଅଁଳା ନବମୀର ପୂଜା ବିଧି

ଏହି ଦିନ ପ୍ରତଃକାଳରେ ସ୍ନାନ ସାରି ପୂଜା କରନ୍ତୁ ।
ଅଅଁଳା ବୃକ୍ଷ ମୂଳରେ ପୂର୍ବ ମୁଖା ହୋଇ ଜଳ ଅର୍ପଣ କରନ୍ତୁ ।
ଅଅଁଳା ବୃକ୍ଷକୁ ସାତ ଥର ପରିକ୍ରମା କରିବା ସହ କର୍ପୁର ଆଳତି କରନ୍ତୁ ।
ବୃକ୍ଷ ତଳେ ଗରିବଙ୍କୁ ଭୋଜନ କରାନ୍ତୁ ଏବଂ ନିଜେ ମଧ୍ୟ ଭୋଜନ କରନ୍ତୁ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories