ନୂଆଦିଲ୍ଲୀ: ବାନ୍ଧବୀଙ୍କୁ ଖୁସି କରିବାକୁ ଜଣେ ଯୁବକ ଲୁଟ୍ କରିବାକୁ ପଛାଇ ନାହାନ୍ତି। ଘଟଣା ଘଟିଛି ଦକ୍ଷିଣ ଦିଲ୍ଲୀରେ। ଲୁଟ୍ ପରେ ଯୁବକ ଜଣକ ଗିରଫ ହୋଇଛନ୍ତି।
ଗୋବିନ୍ଦପୁରୀରେ ରହୁଥିବା ୨୧ ବର୍ଷ ବୟସ୍କ ରୋହନ ଗିଲ୍ ଏକ ବାରରେ ଡ୍ୟାନ୍ସର ଭାବେ କାର୍ଯ୍ୟ କରନ୍ତି। ବୁଧବାର ରାତିରେ ରାହୁଲ୍ ନାମକ ଜଣେ ଅଟୋ ଡ୍ରାଇଭର ଗୋବିନ୍ଦପୁରୀ ଛକରେ ଟଙ୍କା ଗଣୁଥିବା ବେଳେ ରୋହନ୍ ହଠାତ୍ ଟଙ୍କା ମୁଣି ଓ ମୋବାଇଲ୍ ଲୁଟ୍ି ଚାଲି ଯାଇଥିଲେ। ଅଟୋ ଡ୍ରାଇଭର ତତକ୍ଷଣାତ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପରବର୍ତ୍ତୀ ଛକପାଖରେ ରୋହନ୍ ଧରା ପଡ଼ିଥିଲେ। ପୁଲିସ ରୋହନଠାରୁ ୧୯୦୦ ଟଙ୍କା ଓ ମୋବାଇଲ୍ ଫୋନ୍ ଜବତ କରିଛି। ଜେରା ବେଳେ ରୋହନ୍ କହିଥିଲେ ଯେ ତାଙ୍କର ତିନି ଜଣ ବାନ୍ଧବୀ ଅଛନ୍ତି। ସେମାନଙ୍କୁ ଖୁସି କରିବା ପାଇଁ ଅର୍ଥ ଆବଶ୍ୟକ ହେଉଥିବାରୁ ସେ ଲୁଟ୍ କରୁଥିବା ରୋହନ ସ୍ୱୀକାର କରିଛନ୍ତି। ରୋହନ୍ଙ୍କ ନାମରେ ଏହାପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି ଓ ସେ ୪ ଥର ଗିରଫ ହୋଇଥିବା ପୁଲିସ କହିଛି।
ବାନ୍ଧବୀଙ୍କୁ ଖୁସି କରିବାକୁ ଲୁଟ୍
Popular Categories



