କଲମପୁର: କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ବରଗାଁ ଛକ ନିକଟରେ ଗୁରୁବାର ଏକ ଅଟୋ ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁସାରେ, କଲମପୁର ଦୁର୍ଗା ମାଧବ ହାଇସ୍କୁଲଠାରେ ନବମ ଶ୍ରେଣୀରେ ପଢ଼ୁଥିବା ରୋହିଣୀ ମାଝୀ ନାମକ ଜନୈକା ଛାତ୍ରୀ ୪ଟା ବେଳେ ସ୍କୁଲ ଛୁଟି ହେବା ପରେ ନିଜ ସାଇକେଲ ଯୋଗେ ଗଞ୍ଜେଇଗୁଡାଠାରେ ଥିବା ଘରକୁ ଫେରୁଥିଲେ। ବରଗାଁ ଛକ ନିକଟରେ ହଠାତ୍ ଏକ ଅଟୋ ଛାତ୍ରୀ ରୋହିଣୀଙ୍କ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଛାତ୍ରୀ ଜଣକ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତମାନ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି।



