www.samajalive.in
Monday, December 8, 2025
16.1 C
Bhubaneswar

ରଣଜୀ ଟ୍ରଫି : ଓଡ଼ିଶା ୧୦ ୱିକେଟରେ ପରାସ୍ତ ; ୟୁପିକୁ ୭ ପଏଣ୍ଟ

ଭୁବନେଶ୍ୱର : ଚଳିତ ରଣଜୀ ସିଜିନ୍‍ର କ୍ରମାଗତ ୨ୟ ମ୍ୟାଚ୍‍କୁ ବୋନସ୍‍ ପଏଣ୍ଟ ସହ ଜିତିବାରେ ସଫଳ ହୋଇଛି ଉତ୍ତର ପ୍ରଦେଶ। ଗୁରୁବାର ସ୍ଥାନୀୟ କିଟ୍‍ କ୍ରିକେଟ ଷ୍ଟାଡିୟମରେ ସମାପ୍ତ ହୋଇଥିବା ରଣଜୀ ଟ୍ରଫି ଏଲିଟ୍‍ ଗ୍ରୁପ୍‍ ‘ସି’ ମ୍ୟାଚରେ ଉତ୍ତର ପ୍ରଦେଶ ଓଡ଼ିଶାକୁ ୧୦ ୱିକେଟରେ ପରାସ୍ତ କରିଛି। ଫଳରେ ବୋନସ୍‍ ସହ ଉତ୍ତର ପ୍ରଦେଶ ୭ ପଏଣ୍ଟ ପାଇଛି। କ୍ରମାଗତ ୨ଟି ମ୍ୟାଚ୍‍ରୁ ୭ ପଏଣ୍ଟ ସହ ମୋଟ ୧୪ ପଏଣ୍ଟ ପାଇ ଉତ୍ତର ପ୍ରଦେଶ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ଏହି ମ୍ୟାରରେ ୩ୟ ଦିନ ଶେଷ ସୁଦ୍ଧା ଉତ୍ତର ପ୍ରଦେଶ ବିଜୟଦ୍ୱାରରେ ପହଞ୍ଚି ସାରିଥିଲା। ଗୁରୁବାର ୪ର୍ଥ ତଥା ଅନ୍ତିମ ଦିନରେ ଭୋଜନ ବିରତି ପୂର୍ବରୁ ଉତ୍ତର ପ୍ରଦେଶ ମ୍ୟାଚ୍‍ ଜିତି ନେଇଥିଲା। ୧୯ ବର୍ଷରୁ କମ୍‍ ବିଶ୍ୱବିଜେତା ଦଳର ସଦସ୍ୟ ଥିବା ଫାଷ୍ଟବୋଲର ଶିବମ୍‍ ମାଭି ୨ୟ ଇନିଂସରେ ୫ଟି ୱିକେଟ ନେଇ ଦଳକୁ ଜିତାଇଥିଲେ।
ଚଳିତମାସ ୧୯ରୁ ଘରୋଇ ଆସାମ ବିପକ୍ଷରେ ଗୁଆହାଟୀରେ ଓଡ଼ିଶା ୩ୟ ଲିଗ୍‍ ମ୍ୟାଚ୍‍ ଖେଳିବ। ପ୍ରଥମ ମ୍ୟାଚରେ ୧ ପଏଣ୍ଟ ପାଇଥିବା ଓଡ଼ିଶା ଗ୍ରୁପ୍‍ ‘ସି’ରେ ୧୦ଟି ଦଳଙ୍କ ମଧ୍ୟରେ ୧୦ମ ସ୍ଥାନରେ ରହିଛି। ପ୍ରଥମ ଇନିଂସରେ ୧୮୧ ରନ୍‍ ପଛରେ ରହିବା ପରେ ଓଡ଼ିଶା ବୁଧବାର ୩ୟ ଦିନର ଖେଳ ଶେଷସୁଦ୍ଧା ୨ୟ ଇନିଂସରେ ୧୮୦ ରନ୍‍କରି ୭ଟି ୱିକେଟ ହରାଇଥିଲା। ଫଳରେ ଓଡ଼ିଶାର ପରାଜୟ ନିଶ୍ଚିତ ଲାଗୁଥିଲା। ୪ର୍ଥ ଦିନରେ ଓଡ଼ିଶା ୨ୟ ଇନିଂସରେ ୨୨୧ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ୪ର୍ଥ ଦିନ ଓଡ଼ିଶାର ପ୍ରଥମ ବ୍ୟାଟ୍‍ସମ୍ୟାନ୍‍ ଭାବେ ରାଜେଶ ମହାନ୍ତି ୧୦ ରନ୍‍କରି ଆଉଟ ହୋଇ ଯାଇଥିଲେ। ପରେ ବସନ୍ତ ମହାନ୍ତି ୧୨ ରନ୍‍କରି ଆଉଟ ହୋଇଥିଲେ। ଦଳର ଶେଷ ବିଶେଷଜ୍ଞ ବ୍ୟାଟ୍‍ସମ୍ୟାନ ଶାନ୍ତନୁ ମିଶ୍ର ଦୀର୍ଘ ସମୟ ବ୍ୟାଟିଂକରି ୬ଟି ଚୌକା ସହ ୩୭ ରନ୍‍ କରି ବିଦାୟ ନେଇଥିଲେ। ଶିବମ୍‍ ମାଭି ୬୮ ରନ୍‍ଦେଇ ୫ଟି ୱିକେଟ ନେଇଥିବା ବେଳେ ତାଙ୍କ ନୂଆ ବଲ୍‍ ଯୋଡ଼ି ପେସ୍‍ ବୋଲର ଅଙ୍କିତ ରାଜପୁତ ୬୮ ରନ୍‍ଦେଇ ୪ଟି ୱିକେଟ ନେଇଥିଲେ। ଓଡ଼ିଶା ମୋଟ ୪୦ ରନ୍‍ ଆଗରେ ରହିଥିବା ବେଳେ ଉତ୍ତର ପ୍ରଦେଶ କୌଣସି ୱିକେଟ ନ ହରାଇ ୪୧ ରନ୍‍ ବିଜୟଲକ୍ଷ୍ୟକୁ ହାସଲ କରି ନେଇଥିଲା। ଓପ୍‍ନର ମାଧବ କୌଶିକ ୨୨ ଓ ମହମ୍ମଦ ସୈଫ୍‍ ୧୬ ରନ୍‍କରି ଅପରାଜିତ ଥିଲେ। ପ୍ରଥମ ଇନିଂସରେ ୧୫୯ ରନ୍‍ର ଇନିଂସ ଖେଳିଥିବା ଉତ୍ତର ପ୍ରଦେଶର ଅଧିନାୟକ ଅକ୍ଷଦୀପ ନାଥ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories