www.samajalive.in
Sunday, December 7, 2025
26.1 C
Bhubaneswar

ଗୁଜରାଟରେ ବର୍ଷା ବିତ୍ପାତ; ରାସ୍ତା ଜଳମଗ୍ନ, ବୁଡିଲା କାର୍‌‌

ନୂଆଦିଲ୍ଲୀ : ଗୁଜରାଟରେ ମଙ୍ଗଳବାର ପ୍ରବଳ ବର୍ଷା ହେତୁ ଚାରିଆଡେ ଜଳମଗ୍ନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ସହର ଜଳମଗ୍ନ ହୋଇଛି। ଅନେକ ସ୍ଥାନରେ କାର ମଧ୍ୟ ବୁଡ଼ି ଯାଇଛି। ବର୍ଷା ଯୋଗୁଁ ରାଜକୋଟ, ସୁରତ ଏବଂ ଗିର ସୋମନାଥ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। କିଛି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକରେ ୩୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଚାରିଆଡେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଭାବିତ ଅଞ୍ଚଳରୁ ୭୦ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।
ମଙ୍ଗଳବାର ଦିନ ପ୍ରବଳ ବର୍ଷା ହେବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖାଯାଇଛି ,ପ୍ରବଳ ବର୍ଷା ହେତୁ ରାସ୍ତାରେ ପାର୍କିଂ ହୋଇଥିବା ଗାଡିଗୁଡିକ ଅନେକ ସ୍ଥାନରେ ପାଣିରେ ବୁଡ଼ି ଯାଇଛି। ଆସନ୍ତା କିଛି ଦିନ ପାଇଁ ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟର କେତେକ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଖବର ଅନୁଯାୟୀ, ସୋମନାଥ ଜିଲ୍ଲାର ସୂତ୍ରପଡାରେ ମଙ୍ଗଳବାର ସକାଳ ୬ ଟାରୁ ମାତ୍ର ୧୪ ଘଣ୍ଟା ମଧ୍ୟରେ ୩୪୫ ମିଲିମିଟର ବର୍ଷା ହୋଇଥିବାବେଳେ ରାଜକୋଟ ଜିଲ୍ଲାର ଧୋରଜୀରେ ସମାନ ସମୟ ମଧ୍ୟରେ ୨୫୦ ମିଲିମିଟର ବର୍ଷା ରେକର୍ଡ କରିଛନ୍ତି।
ସୁରତରେ ପ୍ରବଳ ବର୍ଷା ହୋଇଥିଲା, ଦିନରେ ପ୍ରାୟ ୧୦୪ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଜୁନାଗଡ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ଯାହା ଲୋକଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଛି। ରାଜ୍ୟ ସରକାର ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରବଳ ଜଳ ପ୍ରବାହ ହେତୁ ଗୁଜୁରାଟର ୨୦୬ ଟି ଜଳଭଣ୍ଡାର ମଧ୍ୟରୁ ୪୩ ଟି ହାଇ ଆଲର୍ଟ, ୧୮ ଟି ସ୍ଥାନରେ ଆଲର୍ଟ ଜାରି ହୋଇଛି ବୋଲି ମଙ୍ଗଳବାର ଦିନ ପ୍ରବଳ ବର୍ଷା ପରେ ରାଜ୍ୟ ସରକାର ଏକ ବିବୃତ୍ତିରେ କହିଛନ୍ତି। ଏବଂ ଅନ୍ୟ ୧୯ ପାଇଁ ଚେତାବନୀ ଦିଆଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories