www.samajalive.in
Tuesday, December 9, 2025
15.1 C
Bhubaneswar

ୱିମ୍ବଲଡନ୍‌ – ସେମିରେ ଶ୍ବିତୋଲିନା ଓ ଭେନ୍ଦ୍ରୗସୋଭା

ଲଣ୍ଡନ୍‌: ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ଚମ୍ପିଆନ୍‌ସିପ ୱିମ୍ବଲଡନ୍‌ରେ ମଙ୍ଗଳବାର ୯ମ ଦିନରେ ଉଭୟ ପୁରୁଷ  ମହିଳା ଏକକରେ କ୍ବାର୍ଟରଫାଇନାଲ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହାର ଆରମ୍ଭରୁ ବିପର୍ଯ୍ୟୟରୁ ହୋଇଛି। ପ୍ରଥମ ୨ଟି କ୍ବାର୍ଟରଫାଇନାଲରେ ଟପ୍‌ ସିଡ୍‌ ଇଗା ସ୍ବିଆଟେକ୍‌ ଓ ୪ନଂ ସିଡ୍‌ ଜେସିକା ପେଗୁଲା ପରାସ୍ତ ହୋଇ ଯାଇଛନ୍ତି। ୱିମ୍ବଲଡନ୍ ଟ୍ରଫିର ପ୍ରବଳ ଦାବିଦାର ପୋଲାଣ୍ଡର ଇଗା ସ୍ବିଆଟେକ୍‌ଙ୍କୁ ୟୁକ୍ରେନ୍‌ର ଅଣସିଡେଡ୍‌ ଖେଳାଳି ଏଲିନା ଶ୍ବିତୋଲିନା ୭-୫, ୬-୭, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ମୁକାବିଲା ୨ ଘଣ୍ଟା ୫୧ ମିନିଟ୍‌ ଧରି ଚାଲିଥିଲା। ଏହି ବିଜୟ ସହ ଶ୍ବିତୋଲିନା ୨ୟ ଥର ୱିମ୍ବଲଡନ୍‌ର ସେମିଫାଇନାଲରେ ପହଞ୍ଚିଥିବା ବେଳେ ମୋଟଉପରେ ୩ୟ ଗ୍ରାଣ୍ଡସ୍ଲାମ୍‌ର ସେମିଫାଇନାଲ ଖେଳିବାକୁ ଯାଉଛନ୍ତି। ୯ ମାସ ତଳେ କନ୍ୟା ସନ୍ତାନର ଜନନୀ ହୋଇଥିବା ଶ୍ବିତୋଲିନାଙ୍କର ଏହା ଜୀବନର ସବୁଠାରୁ ବଡ଼ ବିଜୟ। ବିଶ୍ବ ମାନ୍ୟତାରେ ୭୬ ସ୍ଥାନରେ ଥିବା ଶ୍ବିତୋଲିନା ସେମିଫାଇନାଲରେ ମାର୍କେଟା ଭ‌େ‌ନ୍ଦ୍ରୗସୋଭାଙ୍କ ମୁକାବିଲା କରିବେ।

ମହିଳା ଏକକର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଅଣସିଡେଡ୍‌ ମାର୍କେଟା ଭ‌େ‌ନ୍ଦ୍ରୗସୋଭା। ମଙ୍ଗଳବାର କ୍ବାର୍ଟରଫାଇନାଲରେ ଚେକ୍ ଗଣରାଜ୍ୟର ଭ‌େ‌ନ୍ଦ୍ରୗସୋଭା ବିପର୍ଯ୍ୟୟ ଘଟାଇ ୪ର୍ଥ ସିଡ୍‌ ଜେସିକା ପେଗୁଲାଙ୍କୁ ପରାସ୍ତକରି ବିଦାୟ ଦେଇଛନ୍ତି। ଆମେରିକାର ପେଗୁଲାଙ୍କୁ ୧ ଘଣ୍ଟା ୫୫ ମିନିଟର କଡ଼ା ମୁକାବିଲା ପରେ ଭ‌େ‌ନ୍ଦ୍ରୗସୋଭା ୬-୪, ୨-୬, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ପ୍ରଥମ ୯ଟି ଗେମ୍‌ରେ ୬ଟି ସର୍ଭିସ ଭଙ୍ଗ ହୋଇଥିଲା। ଏହି ପରାଜୟ ସହ ପେଗୁଲା ୪ଟିଯାକ ଗ୍ରାଣ୍ଡସ୍ଲାମ୍‌ରେ କ୍ବାର୍ଟରଫାଇନାଲ ପର୍ଯ୍ୟାୟର ଆଗକୁ ଯାଇ ପାରିନାହାନ୍ତି। ଅଷ୍ଟ୍ରେଲିଆନ୍ ଓପନ୍‌ରେ ୩ ଥର କ୍ବାର୍ଟରଫାଇନାଲ ଖେଳିଥିବା ଜେସିକା ପେଗୁଲା ଅନ୍ୟ ୩ଟି ଗ୍ରାଣ୍ଡସ୍ଲାମ୍‌ରେ ମଧ୍ୟ କ୍ବାର୍ଟରଫାଇନାଲ ଖେଳିଥିଲେ।

- Advertisement -

ସୋମବାର ୪ର୍ଥ ରାଉଣ୍ଡ ମ୍ୟାଚ୍‌ରେ ପୁରୁଷ ଏକକରେ ଟପ୍‌ ସିଡ୍‌ ସ୍ପେନ୍‌ର କାର୍ଲୋସ ଆଲ୍‌କାରାଜ୍‌ ୪ର୍ଥ ରାଉଣ୍ଡରେ ପହଞ୍ଚିଥିଲେ। ଆଲ୍‌କାରାଜ ୩-୬, ୬-୩, ୬-୩, ୬-୩ ସେଟ୍‌ରେ ଇଟାଲୀର ମାଟ୍ଟିଓ ବେରେଟିନିଙ୍କୁ ପରାସ୍ତ କରିଥିଲେ। ୬ଷ୍ଠ ସିଡ୍‌ ହୋଲ୍‌ଜର ରୁନ୍ ୩-୬, ୭-୬, ୭-୬, ୬-୩ ସେଟ୍‌ରେ ୨୧ନଂ ସିଡ୍‌ ବୁଲ୍‌ଗେରିଆର ଗ୍ରିଗୋର ଡିମିଟ୍ରୋଭ୍‌ଙ୍କୁ ପରାସ୍ତକରି କ୍ବାର୍ଟରଫାଇନାଲରେ ପହଞ୍ଚିଥିଲେ। ୨୩ଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ନୋଭାକ୍ ଜୋକୋଭିକ୍ କ୍ବାର୍ଟରଫାଇନାଲରେ ପହଞ୍ଚିଥିଲେ। ୨ୟ ସିଡ୍‌ ସର୍ବିୟାର ଜୋକୋଭିକ୍ ୪ର୍ଥ ରାଉଣ୍ଡରେ ୧୭ନଂ ସିଡ୍‌ ପୋଲାଣ୍ଡର ହ୍ୟୁବର୍ଟ ହ୍ୟୁକାର୍ଜଙ୍କୁ ୭-୬, ୭-୬, ୫-୭, ୬-୪ ସେଟ୍‌ରେ ପରାସ୍ତ କରିଥିଲେ। ତେବେ ୫ମ ସିଡ୍‌ ଗ୍ରୀସ୍‌ର ଷ୍ଟିଫାନସ୍ ସିସିପାସ୍‌ ବିଦାୟ ନେଇଛନ୍ତି। ସିସିପାସ୍‌ଙ୍କୁ ଆମେରିକାର କ୍ରିଷ୍ଟୋଫର ୟୁବ୍ୟାଙ୍କ୍‌ସ ୫ଟି ସେଟ୍‌ରେ ପରାସ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories