www.samajalive.in
Tuesday, December 9, 2025
23.1 C
Bhubaneswar

ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ

କଲମପୁର: ଗ୍ରାମାଞ୍ଚଳରେ ସହରୀ ଢାଞ୍ଚାରେ ସ୍ମାର୍ଟ ଶ୍ରେଣୀ ଗୃହରେ ବସି ପିଲା ପାଠ ପଢିବେ। କମ୍ପ୍ୟୁଟର ମାଧ୍ୟମରେ ପାଠ ପଢିବେ। କମ୍ପ୍ୟୁଟର ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବେ। କିନ୍ତୁ କମ୍ପ୍ୟୁଟର ଶିକ୍ଷକ ଅଭାବ ଯୋଗୁଁ ଅଚଳ ହୋଇ ପଡିଛି କମ୍ପ୍ୟୁଟର ଓ କମ୍ପ୍ୟୁଟର ଲ୍ୟାବ। ଏହା ହେଉଛି ୫ଟିରେ ରୁପାନ୍ତରିକରଣ ହେଇଥିବା କୋଟଗାଁ ଉନ୍ନିତ ବିଦ୍ୟାଳୟର ଚିତ୍ର। ୫ଟିରେ ରୂପାନ୍ତରି କରଣ ହେଇ ସୌନ୍ଦର୍ଯ୍ୟ କରଣ କରାଯାଇଛି। କିନ୍ତୁ ଏହି ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀରେ ପଢୁଥିବା ୬୯ ଜଣ ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ନାହାଁନ୍ତି ଆବଶ୍ୟକ ଶିକ୍ଷକ। ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ପୁଣି ନାହିଁ। ଏହାସହିତ ଛାତ୍ରଛାତ୍ରୀଙ୍କ ପାଇଁ ସାଇକଲ ରଖିବା ଲାଗି ଷ୍ଟାଣ୍ଡର ସୁବିଧା କରାଯାଇନାହିଁ। ଏଭଳି କିଛି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କେହି ଅଧିକାରୀ ଗୁରୁତ୍ୱ ଦେଇ ନାହାଁନ୍ତି ବିଦ୍ୟାଳୟର ସମସ୍ୟାର ସମାଧାନ ପାଇଁ। ଯେଉଁଥିପାଇଁ ନିଜ ହକ୍ ପାଇଁ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।

ସୂଚନା ଅନୁସାରେ କୋଟାଗାଁ ଉନ୍ନିତ ବିଦ୍ୟାଳୟରେ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ସମେତ ତୃତୀୟ ଭାଷା ହିନ୍ଦି, ଶାରିରୀକ ଶିକ୍ଷା ଶିକ୍ଷକ ଏବଂ କମ୍ପ୍ୟୁଟର ଶିକ୍ଷକ ଭଳି ପଦବୀ ଖାଲି ପଡିଛି। ଦୀର୍ଘ ଦିନରୁ ଏହି ସମସ୍ତ ପଦବୀ ପୁରଣ ପାଇଁ ବିଦ୍ୟାଳୟ ପରିଚାଳନା କମିଟିଙ୍କ ସମେତ ଅବିଭାବକ ଦାବି କରି ଆସୁଥିଲେ ମଧ୍ୟ ଅଦ୍ୟାବଧି ଏହି ସମସ୍ତ ପଦବୀ ପୁରଣ ହୋଇ ପାରି ନାହିଁ । ଅନ୍ୟପଟେ ଜଣେ ଶିକ୍ଷକଙ୍କୁ ନିକଟରେ ଅନ୍ୟତ୍ର ବଦଳି କରାଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ ଏବଂ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ୫ଟିରେ ରୂପାନ୍ତରିକରଣ ବେଳେ ବିଶୁଦ୍ଧ ପାନୀୟ ଜଳ ପାଇଁ ଗୁରୁତ୍ୱ ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ଏହି ବିଦ୍ୟାଳୟରେ ଏନେଇ ପଦକ୍ଷେପ ନିଆଯାଇନାହିଁ। ଆଜି ଏନେଇ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ ନେଇ ସୂଚନା ପାଇବା ପରେ ତୁରନ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଡା ଏବଂ ପରବର୍ତ୍ତି ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚିଥିଲେ। ଛାତ୍ରଛାତ୍ରୀଙ୍କ ସହ ଆପୋଷ ଆଲୋଚନା କରିଥିଲେ।

- Advertisement -

ଏହାସହ କୋଟାଗାଁ ପ୍ରାଥମିକ ବିଦ୍ୟାଳୟ ପାଇଁ ନିୟୋଜିତ ଥିବା ଜଣେ ଶିକ୍ଷକଙ୍କୁ ହିନ୍ଦି ବିଷୟରେ ଶିକ୍ଷାଦାନ ପାଇଁ ନିୟୋଜିତ କରାଯିବା ନେଇ ଆଶ୍ୱସନା ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀ ତାଲା ଖୋଲି ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଏନେଇ ଜିଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ସହ ଯୋଗାଯୋଗ କରାଯାଇଥିଲା, କମ୍ପ୍ୟୁଟର ଶିକ୍ଷକ କୌଣସି ବିଦ୍ୟାଳୟରେ ନିଯୁକ୍ତ କରାଯାଇ ନାହିଁ, ହିନ୍ଦି ବିଷୟରେ ଆବଶ୍ୟକ ମୁତାବକ ଶିକ୍ଷକ ଅଭାବ ତେଣୁ ଏହି ସମସ୍ୟା ରହିଛି। ଯଦି ସରକାରଙ୍କ ତରଫରୁ ହିନ୍ଦି ବିଷୟର ଶିକ୍ଷକ ନିଯୁକ୍ତ କରାଗଲେ ତୁରନ୍ତ କୋଟଗାଁ ବିଦ୍ୟାଳୟକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଥିଲେ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories